Img 20240904 Wa0158

ମହାରାଜା ଶ୍ରୀରାମ ଚନ୍ଦ୍ର ବିଶ୍ୱବିଦ୍ୟାଳୟକୁ ପୂର୍ଣ୍ଣାଙ୍ଗ ବିଶ୍ୱବିଦ୍ୟାଳୟ କରିବାକୁ ରାଜ୍ୟପାଳ ଙ୍କୁ ଦାବୀ ପତ୍ର ପ୍ରଦାନ

State

ବାରିପଦା: ଦୀର୍ଘ ଦଶନ୍ଧି ଦଶନ୍ଧିର ନିରବଛିନ୍ନ ଆନ୍ଦୋଳନ ଓ ଅନବରତ ସଂଗ୍ରାମ ପରେ ଶେଷରେ ୧୯୯୮ ମସିହାରେ ତତ୍କାଳୀନ କଂଗ୍ରେସ ସରକାର ମହାନ୍ତି କମିଶନଙ୍କ ରିପୋର୍ଟକୁ ଆଧାର କରି ତରବରିଆ ଭାବେ ଉତ୍ତର ଓଡ଼ିଶା ବିଶ୍ଵ ବିଦ୍ୟାଳୟର ଏକ ଅଫିସ ଭୁବନେଶ୍ୱର
ବରମୁଣ୍ଡା ଠାରେ ଖୋଲିଦେଲେ । ସେତେବେଳେ ଉତ୍କଳ ବିଶ୍ଵ ବିଦ୍ୟାଳୟ ଅଧୀନରେ ଥିବା ଉତ୍ତର ଓଡ଼ିଶାର ମୟୂରଭଞ୍ଜ,ବାଲେଶ୍ଵର, ଭଦ୍ରକ ଏବଂ କେନ୍ଦୁଝରର କଲେଜ ସମୂହକୁ ନେଇ ଏହି ବିଶ୍ଵ ବିଦ୍ୟାଳୟର ଅଫିସଟିଏ ବରମୁଣ୍ଡାରେ କାର୍ଯ୍ୟ କଲା । ତେବେ ଉତ୍କଳ ବିଶ୍ଵ ବିଦ୍ୟାଳୟ ରାଜଧାନୀରେ ଥିବା ବେଳେ ଉତ୍ତର ଓଡିଶା ବିଶ୍ଵ ବିଦ୍ୟାଳୟର ଅଫିସ୍ ବରମୁଣ୍ଡାରେ କାହିଁକି ବୋଲି ଜନ ଆନ୍ଦୋଳନ ହେବା ପରେ ୧୯୯୯ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡଃ ଗିରିଧର ଗମାଙ୍ଗ ଉତ୍ତର ଓଡ଼ିଶାର ବାଲେଶ୍ୱର ଏବଂମୟୂରଭଞ୍ଜ ଠାରେ ଦୁଇଟି ବିଶ୍ଵ ବିଦ୍ୟାଳୟ ସ୍ଥାପନ
ପାଇଁ ନିଷ୍କରି ନେଲେ । ଫଳରେ ଉତ୍ତର ଓଡ଼ିଶା ବିଶ୍ଵ ବିଦ୍ୟାଳୟରୁ ବାଲେଶ୍ଵରର ଫକୀର ମୋହନ ବିଶ୍ଵ ବିଦ୍ୟାଳୟ ଅଲଗା ହୋଇଯିବା ପରେ ବାରିପଦା ତକତପୁରର ଶ୍ରୀରାମ ଚନ୍ଦ୍ର ବିହାର ଠାରେ ଉତ୍ତର ଓଡ଼ିଶା ବିଶ୍ଵ ବିଦ୍ୟାଳୟ ସ୍ଥାପନର ଭିତ୍ତି ପଡ଼ିଲା। ଏଥିପାଇଁ ସରକାର ଜମି ଆବଣ୍ଟିତ ନ କରି ମହାରାଣୀ ତଖତ କୁମାରୀ ଏମପିସି କଲେଜ ପାଇଁ ଦେଇଥିବା ୨୬୮,୫୩ଏକର ଜମିରୁ ୯୮,୮୪ ଏକର ଜମି ନେଇ ବିଶ୍ଵ ବିଦ୍ୟାଳୟ ପ୍ରତିଷ୍ଠା କଲେ । ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାର କଲେଜ ସମୂହ (ମୋଟ ୧୦୫ଟି କଲେଜ)କୁ ନେଇ ଏହି ବିଶ୍ଵବିଦ୍ୟାଳୟ ଆରମ୍ଭ ହେଲା।

ତେବେ ୨୦୧୫ ନଭେମ୍ବରରେ ତତ୍କାଳୀନ ଉଚ୍ଚ ଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଚାପ ଫଳରେ ଉତ୍ତର ଓଡିଶା ବିଶ୍ଵ ବିଦ୍ୟାଳୟର ଦ୍ଵିତୀୟ କ୍ୟାମ୍ପସ କେନ୍ଦୁଝର ଠାରେ ଖୋଲାହେଲା। ଅଦ୍ୟାବଧି ଓଡ଼ିଶାରେ ସ୍ଥାପିତ କୌଣସି ବିଶ୍ଵ ବିଦ୍ୟାଳୟର ଦ୍ଵିତୀୟ କ୍ୟାମ୍ପସ ନଥିବା ବେଳେ ଉତ୍ତର ଓଡ଼ିଶା ବିଶ୍ଵ ବିଦ୍ୟାଳୟର ଦ୍ଵିତୀୟ କ୍ୟାମ୍ପସ କେନ୍ଦୁଝରରେ ଖୋଲି ଏହାର ପକ୍ଷ ଛେଦନ ପାଇଁ ରାଜନୈତିକ ଷଡଯନ୍ତ୍ରର ସୂତ୍ରପାତ ହେଲା। ଯେଉଁଥିରେ ଉତ୍ତର ଓଡ଼ିଶା ବିଶ୍ଵ ବିଦ୍ୟାଳୟକୁ ଅନେକ କ୍ଷତି ସହିବାକୁ ହେଲା । ତେବେ ୨୦୨୦ ମସିହା ଡିସେମ୍ବର ୨୩ରେ ଏହି ବିଶ୍ଵ ବିଦ୍ୟାଳୟକୁ ତତ୍କାଳୀନ ବିଜେଡି ସରକାର ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱ ବିଦ୍ୟାଳୟ ନାମରେ ନାମିତ କରିବା ପରେ ପୁଣି ୨୦୨୩ରେ ଏହି ବିଶ୍ଵ ବିଦ୍ୟାଳୟକୁ ଦ୍ଵିତୀୟ ଥର ପାଇଁ ଅଙ୍ଗଚ୍ଛେଦନ କରାଗଲା । ୨୦୨୩ ଫେବୃଆରୀ ମାସରେ ମହାରାଜା ଶ୍ରୀ ରାମଚନ୍ଦ୍ର ବିଶ୍ୱ ବିଦ୍ୟାଳୟର କେନ୍ଦୁଝର ଠାରେ ଥିବା ଦ୍ଵିତୀୟ କ୍ୟାମ୍ପସକୁ ଧରଣୀଧର ବିଶ୍ଵ ବିଦ୍ୟାଳୟ ନାମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାମିତ କରିବାକୁ ଘୋଷଣା କରିବା ପରେ ୩୭ଟି କଲେଜକୁ ନେଇ ୨୦୨୩ ମସିହା ଜୁନ୍ ମାସରୁ ଏହି ବିଶ୍ଵ ବିଦ୍ୟାଳୟ କେନ୍ଦୁଝରରେ କାର୍ଯ୍ୟ କରୁଛି । କ୍ଷେତ୍ରଫଳ ହିସାବରେ ଓଡ଼ିଶାର ସବୁଠୁ ବଡ ଜିଲ୍ଲା ମୟୂରଭଞ୍ଜ ଜିଲ୍ଲା ହୋଇଥିବା ବେଳେ ଏଠାର ୫୨ ପ୍ରକାର ଜନଜାତି ବାସ କରିଛି । ଓଡ଼ିଶାର ଆଦିବାସୀ ଅଞ୍ଚଳରେ ପ୍ରଥମ କରି ବାରିପଦାରେ ପ୍ରତିଷ୍ଠିତ ଏହି ବିଶ୍ୱ ବିଦ୍ୟାଳୟ ରାଜ୍ୟର ଚତୁର୍ଥ ବିଶ୍ଵ ବିଦ୍ୟାଳୟ ହୋଇଥିବା ବେଳେ ଏହି ବିଶ୍ଵ ବିଦ୍ୟାଳୟ ଦୀର୍ଘ ୨୬ବର୍ଷ ପରେ ମଧ୍ୟ ସ୍ଵୟଂ ସଂପୂର୍ଣ୍ଣ ହେବା ଆଶା ମଉଳି ଯାଇଛି।କାରଣ ଅଦ୍ୟାବଧି ଏହି ବିଶ୍ଵ ବିଦ୍ୟାଳୟକୁ ରାଜନୀତି ଫାଇଦା ପାଇଁ ବାରମ୍ବାର ପକ୍ଷ ଛେଦନ କରାଯାଇଥିବା ବେଳେ ଏହାର ସମସ୍ୟାକୁ ସମାଧାନ କରିବାକୁ ଉଦ୍ୟମ କରାଯାଇ ନ ଥିବା ଅଭିଯୋଗ ହେଇଛି । ଏଣୁ ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ କୁ ଏକ ପୂର୍ଣ୍ଣାଙ୍ଗ ବିଶ୍ୱବିଦ୍ୟାଳୟ ଭାବେ ଗଢିତୋଳିବା ପାଇଁ ଆମ୍ଭେ ଭଞ୍ଜସେନା ପକ୍ଷରୁ ରାଜ୍ୟପାଳ ଙ୍କ ଠାରେ ନିମ୍ନଲିଖିତ ଦାବୀ ଉପସ୍ଥାପନ କରାଯାଇଅଛି l

(୧) ବର୍ତ୍ତମାନ ଚାଲିଥିବା ଏହି ବିଶ୍ୱବିଦ୍ୟାଳୟ ରେ ସର୍ବମୋଟ 18 ଗୋଟି ଶିକ୍ଷା ବିଭାଗ ରହିଛି ଆଉ ଏହିସବୁ ବିଭାଗର 42 ଟି ଶିକ୍ଷକ ପଦବୀ ଥିବା ବେଳେ ବାକି 56 ଗୋଟି ଶିକ୍ଷକ ପଦବୀ ଖାଲି ପଡିଛି ଅଧାରୁ ଅର୍ଦ୍ଧାଧିକ ଶିକ୍ଷକ ପଦବୀ ଫାଙ୍କା ଥିବା ବେଳେ କିଭଳି ଶିକ୍ଷାଦାନ ହେଉଥିବ, ତାହା ସ୍ପଷ୍ଟ ଭାବେ ଅନୁମେୟ, ଏଣୁ ଯଥାଶୀଘ୍ର ଖାଲି ଥିବା ପଦବୀ ଗୁଡିକ ପୂରଣ କରିବାକୁ ଅନୁରୋଧ |
(୨) ସେହିପରି ବିଶ୍ୱବିଦ୍ୟାଳୟ ରେ ପ୍ରଶାସନିକ କାର୍ଯ୍ୟ ସୁଚାରୁରୂପେ ତୁଲାଇବା ପାଇଁ ଅତିକମରେ 50ଟି ନୂତନ ଅଣଶିକ୍ଷକ ପଦବୀ ସୃଷ୍ଟି କରି ନିଯୁକ୍ତି ପ୍ରଦାନ କରାଯାଉ|
(୩)ଯେତିକି MSUB କ୍ୟାମ୍ପସ ରୁ DD ବିଶ୍ୱବିଦ୍ୟାଳୟ କୁ ଯାଇଅଛି, ସେଗୁଡିକୁ ବାରିପଦା ସ୍ଥିତ କ୍ୟାମ୍ପସ ରେ ମଧ୍ୟ ଖୋଲାଯାଉ |
(୪) MSUB କ୍ୟାମ୍ପସ ରୁ ସେତେବେଳେ ଭିତିଭୂମୀ ସଜାଡ଼ିବା ପାଇଁ କେନ୍ଦୁଝର ଦ୍ଵିତୀୟ କ୍ୟାମ୍ପସ ରେ ଖର୍ଚ୍ଚ ହୋଇଥିବା 70କୋଟି ଟଙ୍କା କୁ ସରକାର ବର୍ତ୍ତମାନ ବାରିପଦା ସ୍ଥିତ କ୍ୟାମ୍ପସ କୁ ଭରଣା କରାଯାଉ |
(୫) ନାକ ଟିମ ଦ୍ୱାରା MSUB କ୍ୟାମ୍ପସ ‘A’ ଗ୍ରେଡ଼ ପାଇଥିବା ସତ୍ବେ ଦୂର ଓ ନିରନ୍ତର ଶିକ୍ଷା ପାଇଁ ସ୍ଥାୟୀ ଶିକ୍ଷକ ପଦବୀ ନ ଥିବାରୁ ନାମ ଲେଖା ପାଇଁ ଅନୁମତି ମିଳିପାରୁନାହିଁ |
(୬ ) ମୟୁରଭଞ୍ଜର ଆଦିମ ଜନଜାତି ଯେମିତି ମାଙ୍କଡ଼ିଆ, ଖଡିଆ, ବାଥୁଡି ଏସବୁଙ୍କୁ ଶିକ୍ଷକ୍ଷେତ୍ରରେ ବିଶେଷ ସାହାଯ୍ୟ କରିବା ପାଇଁ ବିଶ୍ଵବିଦ୍ୟାଳରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉ |
(୭) ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ରେ ଅନ ଗ୍ରୀଡ଼ ସୋଲାର ଲାଇଟ ବ୍ୟବସ୍ଥା କରାଯାଉ |

ମୟୂରଭଞ୍ଜ ଭଳି ଆଦିବାସୀ ବହୁଳ ଜିଲ୍ଲା ଏବଂ ଏହାର ବାସିନ୍ଦାଙ୍କ ଉଚ୍ଚଶିକ୍ଷା ପାଇଁ ଏକମାତ୍ର ବିଶ୍ଵବିଦ୍ୟାଳୟ ରେ ଶିକ୍ଷା ଦାନ ବ୍ୟବସ୍ଥାର ସୁଧାର ଆଣିବା ନିମନ୍ତେ ଉପର ଲିଖିତ ସମସ୍ୟା ର ସମାଧାନ ଦିଗରେ ତ୍ୱରିତ ପଦକ୍ଷେପ ନେବାପାଇଁ ଆଜି ଭୁବନେଶ୍ୱର ସ୍ଥିତ ରାଜଭବନ ରେ ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ ଙ୍କୁ ଭଞ୍ଜସେନା ର ଅଧକ୍ଷ ଭେଟି ଅନୁରୋଧ କରିଛନ୍ତି ଆଉ ଯଥାଶୀଘ୍ର ଏବାବଦରେ ପଦକ୍ଷେପ ନେବେ ବୋଲି ମହାମହିମ ରାଜ୍ୟପାଳ ମହୋଦୟ ଦୃଢ଼ ପ୍ରତିଶୃତି ଦେଇଛନ୍ତି ବୋଲି ମୁଖପାତ୍ର ମାନସ ବେହେରା ପ୍ରେସ ବିବୃତି ରେ ଜଣାଇଛନ୍ତି l