Onn 3

ଜଟଣୀରେ କ୍ୟାନସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟରର ଭିତ୍ତି ସ୍ଥାପନ, ଭୂମି ପୂଜନ କଲେ ମୁଖ୍ୟମନ୍ତ୍ରୀ

State

 

hom

ଜଟଣୀ ନାଇଜର ପରିସରରେ କ୍ୟାନସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟରର ଭିତ୍ତି ସ୍ଥାପନ। ଭୂମି ପୂଜନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୬୦ ଏକର ଜମିରେ ୬୫୦ କୋଟି ଟଙ୍କା ବ୍ୟୟରେ ୨୦୦ ଶଯ୍ୟା ବିଶିଷ୍ଟ ହୋମି ଭାବା କ୍ୟାନସର ହସପିଟାଲ ଓ ରିସର୍ଚ୍ଚ ସେଣ୍ଟର ନିର୍ମିତ ହେବ।

କ୍ୟାନସର ହସପିଟାଲ ସହିତ ରାସ୍ତା, ପରିବହନ, ଆହାର କେନ୍ଦ୍ର ଆଦି ଆନୁଷଙ୍ଗିକ ଭିତିଭୂମି ନିର୍ମାଣ ହେବ। ବ୍ୟୟବରାଦ ହୋଇଥିବା ୬୫୦ କୋଟି ଟଙ୍କା ମଧ୍ୟରୁ କେନ୍ଦ୍ର ସରକାରଙ୍କ ପରମାଣୁ ଶକ୍ତି ବିଭାଗ ୪୦୦ କୋଟି ଏବଂ ଟାଟା ଷ୍ଟିଲ ଫାଉଣ୍ଡେସନ ୨୫୦ କୋଟି ଟଙ୍କା ଖର୍ଚ୍ଚ କରିବ।

ଏଥି ସହିତ ୫ ଏକର ଜମି ଉପରେ ରାଜ୍ୟ ସରକାର ଏକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବାକୁ ୧୫୦ କୋଟି ଟଙ୍କା ଖର୍ଚ୍ଚ କରିବେ। ଏସମସ୍ତ କାର୍ଯ୍ୟ ୨ ବର୍ଷ ମଧ୍ୟରେ ସରିବ। ମୁଖ୍ୟମନ୍ତ୍ରୀ କହିଛନ୍ତି ୨୦୨୫ ସୁଦ୍ଧା ଏହା ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ।

ଲୋକଙ୍କୁ କ୍ୟାନସର ଚିକିତ୍ସା ପାଇଁ ଆଉ ମୁମ୍ବାଇ ଯିବାକୁ ପଡ଼ିବ ନାହିଁ। ଲୋକ ଆର୍ଥିକ ଏବଂ ମାନସିକ ଚାପରୁ ରକ୍ଷା ପାଇବେ। ବିଜୁ ସ୍ବାସ୍ଥ୍ୟ କାର୍ଡରେ ଏହି ହସ୍ପିଟାଲରେ ଚିକିତ୍ସା କରିବାର ସୁବିଧା ରହିବ। ଓଡ଼ିଶା ବ୍ୟତୀତ ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ଓ ଛତିଶଗଡ଼ ବାସିନ୍ଦା ମଧ୍ୟ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।