Ajj

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ, ୪୧୩ କୋଟି ଟଙ୍କାର ବ୍ୟୟ ଅଟକଳ

State

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ । ଶୃଙ୍ଖଳିତ ଦର୍ଶନ ଉପରେ ବୈଠକରେ ଆଲୋଚନା । ପରମ୍ପରା ଓ ସେବା ମଧ୍ୟରେ ବାଧା ନ ଉପୁଜିଲେ ଦର୍ଶନ ଶୃଙ୍ଖଳିତ ହେବ । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସୂଚନା ।ପରିଚାଳନା କମିଟିର ବୈଠକ ଶେଷ । ଦୀର୍ଘ ଚାରିଘଣ୍ଟାରୁ ଉର୍ଦ୍ଧ୍ବ ଚାଲିଥିଲା ବୈଠକ । ଶ୍ରୀମନ୍ଦିର ବଜେଟ୍ 2024-25 ଆର୍ଥିକ ବର୍ଷର 413 କୋଟି ଟଙ୍କାର ବ୍ୟୟ ଅଟକଳ । 103 କୋଟି ଟଙ୍କାର ବଳକା ବଜେଟ୍ । ରାଜ୍ୟ ସରକାର 500 କୋଟି ଟଙ୍କାର କର୍ପସ ଫଣ୍ଡ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଆଲୋଚନା । ଜିଲ୍ଲାପାଳ,, ଏସପି,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସେବା ସମ୍ପୃକ୍ତ ନିଯୋଗ ସହ କଥା ହେବେ ।

ନାଟମଣ୍ଡପରୁ ଆଲମିରା କଢାଯିବ । ମହିଳା,, ଛୋଟ ଶିଶୁ,,ବୃଦ୍ଧ ବୃଦ୍ଧା ପାଇଁ ସ୍ୱତନ୍ତ୍ର ଧାଢି ବ୍ୟବସ୍ଥା । ନାଟମଣ୍ଡପକୁ ଶୀତତାପ ନିୟନ୍ତ୍ରିତ କରାଯିବ । ନୀତି ଶୃଙ୍ଖଳିତ ହେବା ଉପରେ ଆଲୋଚନା । ନିୟମିତ ହେବ ନୀତି ସବକମିଟି ବୈଠକ । ପ୍ରତ୍ୟକ ମାସରେ ଅନୁଷ୍ଠିତ ହେବ ନୀତି ସବକମିଟି ବୈଠକ । ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ଏଫ୍ ଏମ୍ ଚ୍ୟାନେଲ ହେବ । ସେବାୟତ କଲ୍ୟାଣ ଉପରେ ଆଲୋଚନା । ସେବକଙ୍କ ପରିବାର ପିଲାଙ୍କ ପାଇଁ ବୃତ୍ତି ଖେଳ କୁଦରେ ସମ୍ପୃକ୍ତ ପିଲାଙ୍କ ପାଇଁ ପ୍ରୋତ୍ସାହନ । ଜମିଜମା ସମସ୍ୟା ନେଇ ଓରସାକ୍ ସହାୟତାରେ ହେବ ସମାଧାନ ।

ପହଣ୍ଡି ଅଘଟଣ ପ୍ରସଙ୍ଗ । ଘଟଣାକୁ ନେଇ ଦୁଖଃ ପ୍ରକାଶ କଲେ ପରିଚାଳନା କମିଟି । ତିନିଜଣିଆ କମିଟିର ରିପୋର୍ଟ ପ୍ରଦାନ । ପୁଣିଥରେ ପହଣ୍ଡି ବିଭ୍ରାଟର ଭିଡିଓ ଦେଖାଯିବ,,ଘଟଣାର ପୁନରାବୃତ୍ତି କିଭଳି ନହେବ ସେନେଇ ଆଲୋଚନା ହେଲା। ତଦନ୍ତ ରିପୋର୍ଟ ଅସମ୍ପୂର୍ଣ୍ଣ ବୋଲି କହିଲେ ପରିଚାଳନା କମିଟି। ପୁର୍ନବାର ପୁଙ୍ଖାନୁପୁଙ୍ଖ ଆଲୋଚନା କରି କେଉଁ ମାନେ ଦାୟୀ କୁହାଯିବ । ପହଣ୍ଡି ସୁପରିଚାଳନା ନେଇ 9ଟି ବିନ୍ଦୁ ଉପରେ ହୋଇଥିଲା ଆଲୋଚନା। ବାଡଗ୍ରାହୀ ନିର୍ଦ୍ଧାରଣ କରିବେ ରଥ ଉପରେ କେତେଜଣ ସେବକ ରହିବେ। ଜିଲ୍ଲାପାଳ ଏସପିଙ୍କୁ ନେଇ କମିଟି ଗଠନ । ଛାଟେଣୀ ଭଲକରି ବାନ୍ଧିବାକୁ ଆଲୋଚନା ହୋଇଛି।