Sre

୧୬ ଜଣ ଦୃଷ୍ଟି ବାଧିତ ଛାତ୍ରଛାତ୍ରୀଙ୍କୁ ଲ୍ଯାପଟପ ତାଲିମ

State

ବାରିପଦା: ସ୍ଥାନୀୟ ଲାଲ ବଜାର ପ୍ରାଥମିକ ବିଦ୍ୟାଳୟ ପରିସରରେ ସମଗ୍ରଶିକ୍ଷା, ମୟୂରଭଞ୍ଜ ତରଫରୁ ୧୬ ଜଣ ଦୃଷ୍ଟି ବାଧିତ ପିଲାମାନଙ୍କୁ ନେଇ ଏକ ତିନି ଦିବସୀୟ ଲ୍ଯାପଟପ ଉପଯୋଗୀତା ଓ ରକ୍ଷଣାବେକ୍ଷଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।ଏହି କାର୍ଯ୍ୟକ୍ରମ ଗତ ତା ୨୭.୦୮.୨୦୨୪ ରୁ ଆରମ୍ଭ ହୋଇ ତା ୨୯.୦୮.୨୦୨୪ ରିଖରେ ଶେଷ ହୋଇଅଛି । ପ୍ରକାଶ ଥାଉକି ଜିଲ୍ଲାର ବିଭିନ୍ନ ସାଧାରଣ ବିଦ୍ୟାଳୟରେ ପଢୁଥିବା ୧୬ ଜଣ ଦୃଷ୍ଟି ବାଧିତ ଛାତ୍ର ଛାତ୍ରୀଙ୍କୁ ଗତ ୧୫ ମାର୍ଚ୍ଚ ୨୦୨୪ ରିଖରେ ଲ୍ଯାପଟପ ବଣ୍ଟନ କରଯାଇଥିଲା । ଦକ୍ଷତା ବୃଦ୍ଧି, ଉପଯୋଗୀତା ତଥା ରକ୍ଷଣା ବେକ୍ଷଣ ପାଇଁ ପିଲା ମାନଙ୍କ ସହିତ ସେମାନଙ୍କ ଅଭିଭାବକ ମାନଙ୍କୁ ଏହି ତାଲିମ ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସେଠି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୃଷ୍ଟି ବାଧିତ ପିଲାମାନଙ୍କର ଲୁକାୟିତ ପ୍ରତିଭାର ବିକାଶ ନିମନ୍ତେ ଆହ୍ଵାନ ଦେବାସହିତ ସାଧାରଣ ବିଦ୍ୟାଳୟରେ ସାଧାରଣ ପିଲାମାନଙ୍କ ସହମିଶି ଶିକ୍ଷା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ।ଉକ୍ତ କାର୍ଯକ୍ରମଟି ସମଗ୍ରଶିକ୍ଷାର ଜିଲ୍ଲା ଅନ୍ତର୍ନିବେଶି ଶିକ୍ଷା ସଂଯୋଜକ ଶ୍ରୀଯୁକ୍ତ ନିରଞ୍ଜନ ନାୟକଙ୍କ ପ୍ରତ୍ୟେକ୍ଷ ତତ୍ଵବଧାନରେ ଆୟୋଜନ କରାଯାଇଥିଲା। ଶ୍ରୀ ବିରେନ୍ଦ୍ର କୁମାର ସାହୁ, ନିର୍ମଳ ଚନ୍ଦ୍ର ସାହୁ, ରେଖାରଣୀ ଦାସ ଓ ରୋହିତ କୁମାର ବିଶ୍ଵାଳ ପ୍ରମୁଖ ସାଧନ କର୍ମୀ କାର୍ଯ୍ୟ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ।