Maguni 1

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

Politics State

କେନ୍ଦୁଝର: ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର । ବିଶିଷ୍ଟ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଗୁରୁତର ଅସୁସ୍ଥ । ସେ କେନ୍ଦୁଝର ସହର ବୈଦ୍ୟରାଜ ସାହିରେ ରୁହନ୍ତି । ଗୁରତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।  କିଛି ଦିନ ହେବ ସେ ବାର୍ଦ୍ଧକ୍ୟ ଯନ୍ତ୍ରଣା ପାଇଁ ଘରେ ଔଷଧ ବ୍ୟବହାର କରୁଥିଲେ । ଗତକାଲି ରାତିରେ ହଠାତ୍ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ବିଗିଡ଼ି ଯାଇଥିଲା । ବିଛଣାରୁ ଉଠି ପାରିନଥିଲେ।  ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତରଙ୍କ ପରାମର୍ଶ ପରେ ତାଙ୍କୁ କଟକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନନ୍ତର କରାଯାଇଛି ।

କଣ୍ଢେଇ ତିଆରି ପାଇଁ ମାଗୁଣି ଚରଣ କୁଅଁର ବେଶ୍ ପ୍ରସିଦ୍ଧ ହାସଲ କରିଛନ୍ତି ।  ନିଜର ଅକ୍ଲାନ୍ତ ପରିଶ୍ରମ ଦ୍ଵାରା ବିଶ୍ଵ ଦରବାରରେ ପରିଚିତ କରିଥିବାରୁ ତାଙ୍କୁ ଭାରତ ସରକାର ଗତବର୍ଷ ପଦ୍ମଶ୍ରୀରେ ସମ୍ମାନିତ କରିଥିଲେ ।  ପୂର୍ବରୁ ତାଙ୍କୁ କେନ୍ଦ୍ର ସଙ୍ଗୀତ ଏକାଡ଼େମୀ ପୁରସ୍କାର ମିଳିଥିଲା ।  କାଠ କଣ୍ଢେଇ ନାଚ ପାଇଁ ଓଡ଼ିଶା ସରକାର ମାଗୁଣି କୁଅଁରଙ୍କୁ ସର୍ବୋଚ୍ଚ ସମ୍ମାନ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ସମ୍ମାନିତ କରିଛନ୍ତି । କାଠ କଣ୍ଢେଇରେ ପୌରାଣିକ କାହାଣୀ ଚିତ୍ରଣ କରି ଲୋକକଳାକୁ ଉଜ୍ଜୀବିତ କରିଥିଲେ ମାଗୁଣି ।