Img 20240829 Wa0294

ଜିଲ୍ଲା ସ୍ତରୀୟ ଅନୈତିକ ଚାଲାଣ (ନିଷିଦ୍ଧ) ଆଇନ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

State

ବାରିପଦା:  ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ଏବଂ ଜିଲ୍ଲା ଶିଶୁ ବିକାଶ ୟୁନିଟର ମିଳିତ ଆନୁକୂଲ୍ୟରେ ଗୁରୁବାର ଦିନ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଅନୈତିକ ଚାଲାଣ (ନିଷିଦ୍ଧ) ଆଇନ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ବିଭୁତି ଭୂଷଣ ନାୟକ ଅଧ୍ୟକ୍ଷତା କରିଥିବା ବେଳେ ଜ଼ିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ରଜନୀକାନ୍ତ ସ୍ୱାଇଁ ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଉମାଶଙ୍କର ମହାରଣା ଏହି କର୍ମଶାଳାରେ ବିଶେଷ ଅତିଥି ଭାବେ ଯୋଗ ଦେଇଥିଲେ। ସୂଚନାନୁସାରେ, ମୟୂରଭଞ୍ଜ ଜିଲ୍ଲାରେ ଅନୈତିକ ଶିଶୁ ଓ ମହିଳା ଚାଲାଣ ବିଷୟରେ ସଚେତନ କରାଇବା ଏବଂ ଏହି ବେଆଇନ କାର୍ଯ୍ୟକଳାପ ଠାରୁ ଜନସାଧାରଣ ମାନଙ୍କୁ ଦୁରେଇ ରଖିବା ପାଇଁ ଏହି କର୍ମଶାଳା ଆୟୋଜନ କରାଯାଇଥିଲା ।ଏହି କର୍ମଶାଳାରେ ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ,ଜିଲ୍ଲାରେ ମହିଳା ଓ ଶିଶୁ ସୁରକ୍ଷା ଏବଂ ବିକାଶ ପାଇଁ କାର୍ଯ୍ୟ କରୁଥିବା ବିଭିନ୍ନ ସ୍ଵେଚ୍ଛାସେବି ସଂଗଠନ ମାନଙ୍କର କର୍ମକର୍ତ୍ତା ମାନେ ଯୋଗ ଦେଇ ଥିଲେ ଏବଂ ଅନୈତିକ ଶିଶୁ ଓ ମହିଳା ଚାଲାଣ ବିଷୟରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ପରିପ୍ରେକ୍ଷୀରେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନ୍ୟାୟ ସୁରକ୍ଷା ସଂହିତା, ଭାରତୀୟ ସଂଖ୍ୟା ଅଭିଯାନ, ଅନୈତିକ ଚାଲାଣ ଅଧିନିୟମ, ମୟୂରଭଞ୍ଜରେ ବର୍ତ୍ତମାନ ସ୍ଥିତିରେ ଅନୈତିକ ଚାଲାଣ ସ୍ଥିତି, ଅସୁରକ୍ଷିତ ପିଲାମାନଙ୍କର ଚିହ୍ନଟ ଏବଂ ପ୍ରତିଷେଧକ ପ୍ରଣାଳୀ, ପ୍ରତିଷେଧକ ବ୍ୟବସ୍ଥା ଏବଂ ଅନୈତିକ ଚାଲାଣ କାରବାର ସହ ଜଡିତ ଅସୁରକ୍ଷିତ ଅଞ୍ଚଳ ବିଷୟରେ ସମସ୍ତ ଅଧିକାରୀଗଣ ଅଭିଭାଷଣ ରଖିଥିବା ବେଳେ ସମସ୍ତ ଅଂଶଗ୍ରହଣକାରୀ ମାନେ ଏହି ଆଲୋଚନାରେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱାଗତଭାଷଣ ଏବଂ ସଭା ସଞ୍ଚାଳନା କାର୍ଯ୍ୟ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମତାମୟୀ ବିଶ୍ୱାଳ କରିଥିବା ବେଳେ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଶୀଙ୍କୁ, ଜିଲ୍ଲା ନିଯୁକ୍ତି ଅଧିକାରୀ ଶ୍ରୀ ଆଶିଷ କୁମାର ବସନ୍ତିଆ, ଡେପୁଟି ସିଇଓ, ଓର୍ମାସ, ଶ୍ରୀ ବିମାନ ମଲ୍ଲଙ୍କ ସମେତ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ ।