Zz

ବରିଷ୍ଠ ସାମ୍ବାଦିକ ବିଶ୍ୱଜିତ ମିଶ୍ରଙ୍କ ଦେହାନ୍ତ

State

ଭୁବନେଶ୍ବର : ରାଜ୍ୟର ଜଣେ ବରିଷ୍ଠ ସାମ୍ବାଦିକ ବିଶ୍ୱଜିତ ମିଶ୍ର (ରନୀ ବାବୁ)ଙ୍କର ଦେହାନ୍ତ ହୋଇଯାଇଛି | ସେ ଅସୁସ୍ଥ ହୋଇ କୋମା ଅବସ୍ଥାରେ କିମ୍ସ ହସ୍ପିଟାଲରେ ତିନିଦିନ ରହିବା ପରେ ତାଙ୍କୁ ଆଜି ମୃତ ଘୋଷଣା କରାଗଲା | ତାଙ୍କର ପାର୍ଥିବ ଶରୀରକୁ ପରିବାର ପୁରୀ ସ୍ୱର୍ଗଦ୍ୱାର ରେ ସଂସ୍କାର ନିମନ୍ତେ ନିଆଯାଇଛି |  ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ |

ବିଶ୍ବଜିତ ବାବୁ ବିଭିନ୍ନ ସମୟରେ  ଦୈନିକ ସ୍ୱରାଜ, ଦିନଲିପି, ଅମୃତ ଦୁନିଆ ଆଦି ପାଇଁ  ସାମ୍ବାଦିକତା କରିଥିଲେ | ନିଜେ ମଧ୍ୟ ଏକ ପାକ୍ଷିକ ପତ୍ରିକା ପ୍ରକାଶ କରୁଥିଲେ | କିଛିଦିନ ଚଳାଇ ଅର୍ଥାଭାବରୁ ତାଙ୍କୁ ବନ୍ଦ କରିଦେଇଥିଲେ | ଜଣେ ଦରଦୀ ମଣିଷ ଓ ଭାରି ସ୍ୱାଭିମାନୀ ବ୍ୟକ୍ତି ଥିଲେ ବିଶ୍ବଜିତ ବାବୁ | ସେ ଜଣେ ବନ୍ଧୁ ବତ୍ସାଳ ଓ ପରୋପକାରୀ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ | ଆର୍ଥିକ ଅନାଟନ ସତ୍ବେ ବି ସେ ତାଙ୍କର ସ୍ଵଭାବରୁ କେବେ ବିଚ୍ୟୁତ ହୋଇନାହାନ୍ତି |

ବିଶ୍ବଜିତ ବାବୁଙ୍କ ଦେହାନ୍ତରେ ସାମ୍ବାଦିକ ଜଗତରେ ଶୋକରଛାୟା ଖେଳିଯାଇଛି | ଅନେକ ବରିଷ୍ଠ ସାମ୍ବାଦିକ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି | ବିଶ୍ବଜିତ ବାବୁଙ୍କ ଦେହାନ୍ତରେ ଓଏନଏନରେ ପ୍ରତିଷ୍ଠାତା, ସଂପାଦକ ବରିଷ୍ଠ ସାମ୍ବାଦିକ ସୁଭାଷ ସ୍ବାଇଁ ଗଭୀର ଦୁଃଖ ପ୍ରକାଶ କରି କହିଛନ୍ତି ଯେ ବିଶ୍ବଜିତ ବାବୁ ଓଏନଏନ ସହିତ ଜଡିତ ଥିଲେ | ଆଜି ତାଙ୍କର ଅବର୍ତ୍ତମାନରେ  ଈଶ୍ବର  ତାଙ୍କର ପରିବାର ବର୍ଗଙ୍କୁ ସହାୟକ ହୁଅନ୍ତୁ | ତାଙ୍କର ଆତ୍ମାଙ୍କୁ ଶାନ୍ତି ଦିଅନ୍ତୁ |