Rew

ସାରଥି ପରିବାର ପକ୍ଷରୁ ନନ୍ଦ ମହୋତ୍ସବ

State

ଆଗରପଡ଼ା :ଭଦ୍ରକ ଜିଲ୍ଲା ବନ୍ତ ବ୍ଳକ ଅନ୍ତର୍ଗତ କେନ୍ଦୁଆପଦା ଠାରେ ସାରଥି ପରିବାର ପକ୍ଷରୁ ସାରଥି ଦେବଙ୍କ ନନ୍ଦ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦୁଆପଦା ତଥା ତା ଆଖପାଖ ଅଂଚଳରୁ ଶତାଧିକ ସାରଥି ପ୍ରେମୀ ଏକତ୍ରିତ ହୋଇଥିଲେ । ସର୍ବ ପ୍ରଥମେ ସମସ୍ତ ଭକ୍ତ କଳସ ଶୋଭାଯାତ୍ରାରେ ଏକତ୍ରୀତ ହୋଇ କଳସ ପୂଜା କରି ପୂଜା ମଣ୍ଡପରେ ପହଂଚିବା ପରେ ବୈଦିକ ରୀତିନୀତି ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ମନ୍ତ୍ର ଧ୍ୱନୀରେ ପୂଜା ମଣ୍ଡପ ପ୍ରକମ୍ପିତ ହୋଇଉଠିଥିଲା । ଶେଷରେ ପୂର୍ଣ୍ଣ ଆହୁତି ଦେଇ ସାରଥି ଦେବଙ୍କ ପାଖରେ ଆଳତି କରିବା ପରେ ପ୍ରସାଦ ସେବକ ପୂର୍ବକ ମହେତ୍ସବ ଶେଷ ହୋଇଥିଲା ।