ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ୭ ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ଥିବା ଜଣାଯାଇଛି। ୭ ଡିଗ୍ରୀ ତାପମାତ୍ରା ସହ ଜି.ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି । ସେହିପରି ଦାରିଙ୍ଗବାଡିରେ ୯.୫, ଫୁଲବାଣୀରେ ୯ , କୋରାପୁଟରେ ୯.୬ , ରାଉରକେଲାରେ ୯.୭ , କଟକରେ ୧୪.୫ ଓ ଭୁବନେଶ୍ବରରେ ୧୫.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସକାଳୁ କିଛି ଜିଲ୍ଲାରେ କୁହୁଡି ମଧ୍ୟ ଦେଖିବାକୁ ମିଳିଛି ।