Nurs

ପିଏମଜିରେ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ଆନ୍ଦୋଳନ

State

ଭୁବନେଶ୍ବର : ଗର୍ଜିଲେ ନର୍ସିଂ ଷ୍ଟାଫ୍ । ଭୁବନେଶ୍ବର ପିଏମଜିରେ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ଆନ୍ଦୋଳନ । ୧୦ ଦଫା ଦାବି ନେଇ ଶହ ଶହ ନର୍ସିଂ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ୨୦୧୩ ମସିହା ନଭେମ୍ବରରୁ ନିଯୁକ୍ତ ନର୍ସିଂ ଅଫିସରଙ୍କର ୬ ବର୍ଷ ଚୁକ୍ତି ଅବଧିକୁ ମୂଳ ଚାକିରିରେ ମିଶାଇ ପଦୋନ୍ନତି ଓ ସମସ୍ତ ଆର୍ଥିକ ସୁବିଧା ଦିଆଯାଉ ।

ଯୋଗ୍ୟ ନର୍ସିଂ ଅଫିସରଙ୍କୁ ବରିଷ୍ଠତା ଭିତ୍ତିରେ ସିନିଅର ନର୍ସିଂ ଅଫିସର ପଦବୀକୁ ତୁରନ୍ତ ପଦୋନ୍ନତି, ନର୍ସିଂ ଅଫିସରଙ୍କ ଡ୍ରେସକୋଡ ପରିବର୍ତ୍ତନ ନର୍ସିଂ ସେବା କ୍ୟାଡରରେ ଥିବା ପ୍ରଶାସନିକ ପଦବୀରେ ଡ୍ରେସ କୋଡରେ ପରିବର୍ତ୍ତନ କରାଯାଉ ।

ନର୍ସିଂ ଅଫିସରମାନେ ଜରୁରୀକାଳୀନ ସେବାରେ ନିୟୋଜିତ ଥିବାରୁ ସରକାରଙ୍କ ଦ୍ବାରା ସ୍ଥିରୀକୃତ ସବୁ ସାଧାରଣ ଛୁଟି ବଦଳରେ ନର୍ସିଂ ଅଫିସରଙ୍କ କ୍ଷେତ୍ରରେ କ୍ଷତିପୂରଣ ଛୁଟି ବା ଦରମା ପ୍ରଦାନ ପାଇଁ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ବିକ୍ଷୋଭ ପ୍ରଦର୍ଶନ କରିଛି । ଏସସିବିରୁ ପାଞ୍ଚ ଶହ ନର୍ସିଂ ଷ୍ଟାଫ୍ ସାମିଲ ହୋଇଛନ୍ତି ।