Bidhan

ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିଲେ ବିଜେଡି ବିଧାୟକ

State

ଭୁବନେଶ୍ବର: ଲଗାତାର ୩ ଦିନ ହେଲା ଚାଲିପାରୁନି ଗୃହ । ବିରୋଧୀଙ୍କ ହୋହାଲ୍ଲା, ଓ ସରକାର ବିରୋଧୀ ଆଭିମୁଖ୍ୟ ଗୃହରେ ଜାରି ରହିଛି । ପ୍ରଥମେ ଛାତ୍ର ସଂସଦ ନିର୍ବାଚନ ଓ ପରେ ଚିକିଟି ମଦ ମୃତ୍ୟୁ ନେଇ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀ କଂଗ୍ରେସ ଓ ବିଜେଡି ଗୃହରେ ହଟ୍ଟଗୋଳ ଜାରି ରଖିଛନ୍ତି ।

ସେହିପରି ଆଜି ମଧ୍ୟ ବିଧାନସଭା ଆରମ୍ଭରୁ ହୋହାଲ୍ଲା ଆରମ୍ଭ କରିଥିଲେ ବିରୋଧୀ ବିଜେଡି । ଅବକାରି ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଗୃହ ମଧ୍ୟକୁ ଆସି ନାରା ବାଜି ଆରମ୍ଭ କରିଥିଲେ । ପରେ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢିଥିଲେ ବିରୋଧୀ ଦଳ । ବିଜେଡିର ୨ ବିଧାୟକ ସୋର ବିଧାୟକ ମାଧବ ଧଡା ଓ ଦେବଗଡ଼ ବିଧାୟକ ରୋମାଞ୍ଚ ବିଶ୍ବାଳ ବାଚସ୍ପତିଙ୍କ ପୋଡ଼ିୟମ ଉପରେ ଚଢ଼ି ବିଶୃଙ୍ଗଳା ସୃଷ୍ଟି କରିଥିଲେ । ସ୍ଥିତି ଅସମ୍ଭାଳ ହେବାରୁ  ସାଢ଼େ ୧୧ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ।

ସେପଟେ ଏହାକୁ ଦୃଢ ନିନ୍ଦା କରିଛନ୍ତି ଚିକିଟି ଶାସକ ବିଧାୟକ । ବିରୋଧୀ ବିଧାନସଭାରେ ଏମିତି କରି ଡ୍ରାମା କରୁଛନ୍ତି ବୋଲି କହିଲେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କ  । ସେ କହିଛନ୍ତି, ବିରୋଧୀ ଆଲୋଚନା ଚାହୁଁନାହାନ୍ତି,  କେବଳ ଡ୍ରାମା କରୁଛନ୍ତି । ମୁଲତବି ପ୍ରସ୍ତାବ ଆଣୁଛନ୍ତି, କିନ୍ତୁ ଆଲୋଚନା କରୁନାହାନ୍ତି । ଏହାସହିତ ବିରୋଧର ମହିଳା ବାଚସ୍ପତିଙ୍କୁ ସମ୍ମାନ ଦେବା ଶିଖିନାହାନ୍ତି ବୋଲି କହିଛନ୍ତି ବିଧାୟକ । ଯାହା ନିନ୍ଦନୀୟ କଥା । ବିରୋଧୀ ସତ୍ୟର ସାମ୍ନା କରିବାକୁ ଡରୁଛନ୍ତି ତେଣୁ ଏଭଳି କରୁଛନ୍ତି ବୋଲି କହିଛନ୍ତି ବିଧାୟକ ।

ଯାହାର ଉତ୍ତରରେ ସୋର ବିଧାୟକ ମାଧବ ଧଡା କହିଛନ୍ତି, ବିଜେଡି ସବୁବେଳେ ମା’ଙ୍କୁ ସମ୍ମାନ ଦେଇଆସିଛି । ଯେହେତୁ ବାଚସ୍ପତି ଯେଉଁ ପଦବୀରେ ଅଛନ୍ତି, ସେଥିରେ ତାଙ୍କୁ ଆମେ ପ୍ରତିବାଦ କରୁଛୁ ।

ତେବେ କହିରଖୁଛୁ, ଗଞ୍ଜାମ ଜିଲ୍ଲା ଚିକିଟିରେ ବିଷାକ୍ତ ମଦ ପିଇ ୧୬ ଜଣ ଅସୁସ୍ଥ ହୋଇଥିବା ବେଳେ ଏଥିରୁ ୨ ଜଣଙ୍କର ମୃତ୍ୟୁ ହୋଇସାରିଛି । ଏଥିରେ ଏଯାବତ ୭ ଜଣଙ୍କୁ ଗିରଫ କରି ଘଟଣା ଉପରେ ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ । ଏହା ସହିତ ପୂରା ରାଜ୍ୟରେ ମଧ୍ୟ ସବୁ ମଦ ଦୋକାନ ଉପରେ ଚଢାଉ କରି ଯାଞ୍ଚ ଜାରି ରଖିଛି । ଏଥିରେ ଏଯାବତ ଏଥିରେ ୨୦୩ଟି ମାମଲା ରୁଜ୍ଜୁ ହୋଇଥିବା ବେଳେ ବିଭିନ୍ନ ଜିଲ୍ଲାରେ ୧୧୭ ଜଣଙ୍କୁ ଗିଫ କରିଛି ପୋଲିସ୍ ତଥା ଅବକାରୀ ବିଭାଗ । ଏଥିସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୦ ଜହାର ୩୮୦ ଲିଟର ମଦ ଜବତ କରିଛି । ଯାହାକୁ ନେଇ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିରୋଧ ଜାରି ରଖିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ ।