Rastriya Vigyan Puraskar 2024

ବିଶିଷ୍ଟ ବୈଜ୍ଞାନିକମାନଙ୍କୁ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ୨୦୨୪ ପ୍ରଦାନ କଲେ ରାଷ୍ଟ୍ରପତି

National & International

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ବିଶିଷ୍ଟ ଓ ବିଶିଷ୍ଟ ବୈଜ୍ଞାନିକମାନଙ୍କୁ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ୨୦୨୪ ପ୍ରଦାନ କରିଛନ୍ତି। ପ୍ରଫେସର ଗୋବିନ୍ଦରାଜନ ପଦ୍ମନାଭନଙ୍କୁ ରାଷ୍ଟ୍ରପତି ବିଜ୍ଞାନ ରତ୍ନ ୨୦୨୪ ପୁରସ୍କାର ପ୍ରଦାନ କରିଥିଲେ। କୃଷି ବିଜ୍ଞାନ କ୍ଷେତ୍ରରେ ଡ. ଆନନ୍ଦ ରାମକ୍ରିଷ୍ଣନଙ୍କୁ ବିଜ୍ଞାନ ଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଆଣବିକ ଶକ୍ତି କ୍ଷେତ୍ରରେ ବିଜ୍ଞାନ ଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ମୁମ୍ବାଇର ଭାବା ଆଣବିକ ଗବେଷଣା କେନ୍ଦ୍ରର ଡକ୍ଟର ଆବେଶ କୁମାର ତ୍ୟାଗୀ। ପୁଣେସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନର ପ୍ରଫେସର ଜୟନ୍ତ ଭାଲଚନ୍ଦ୍ର ଉଦଗାଓଁକରଙ୍କୁ ଜୈବ ବିଜ୍ଞାନରେ ବିଜ୍ଞାନ ଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି।
ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଟିମ୍ ଚନ୍ଦ୍ରଯାନ-୩କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜ୍ଞାନ ଟିମ୍ ଆୱାର୍ଡ ପ୍ରଦାନ କରିଛନ୍ତି। ଚନ୍ଦ୍ରଯାନ-୩ ଅଭିଯାନର ସଫଳ ସମାପନ ଦେଶର ସବୁଠାରୁ ବଡ଼ ବୈଜ୍ଞାନିକ ଉପଲବ୍ଧି ଏବଂ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ବୈଜ୍ଞାନିକ ଦଳ ଦ୍ୱାରା ପ୍ରଯୁକ୍ତିବିଦ୍ୟାର ବିଭିନ୍ନ କ୍ଷେତ୍ରରେ ଅବଦାନକୁ ପ୍ରତିନିଧିତ୍ୱ କରେ।
କିଏ କେଉଁ କ୍ଷେତ୍ରରେ ପାଇଛନ୍ତି ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ୨୦୨୪
ବିଜ୍ଞାନ ଯୁବ-ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର
(୧) ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ଡ. ପ୍ରଶାନ୍ତ କୁମାର
(୨) ଟେକ୍ନୋଲୋଜି ଆଣ୍ଡ ଇନୋଭେସନରେ ପ୍ରଫେସର ପ୍ରଭୁ ରାଜଗୋପାଳ
(୩) ଔଷଧରେ ପ୍ରଫେସର ଜିତେନ୍ଦ୍ର କୁମାର ସାହୁ
(୪) ଔଷଧରେ ଡଃ ପ୍ରଜ୍ଞା ଧ୍ରୁବ
(୫) ପଦାର୍ଥ ବିଜ୍ଞାନରେ ପ୍ରଫେସର ଉର୍ବାସୀ ସିହ୍ନା
(୬) ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଡ. ଦିଗେନ୍ଦ୍ରନାଥ ସ୍ୱାଇଁ
(୭) ଇଞ୍ଜିନିୟରିଂ ବିଜ୍ଞାନରେ ଡ. ରାଧାକୃଷ୍ଣ ଗନ୍ତି
(୮) ପରିବେଶ ବିଜ୍ଞାନରେ ଡ. ପୁରବୀ ସାଇକିଆ
(୯) ପରିବେଶ ବିଜ୍ଞାନରେ ଡ. ବାପି ପଲ୍
(୧୦) ଗଣିତ ଓ କମ୍ପ୍ୟୁଟର ବିଜ୍ଞାନରେ ପ୍ରଫେସର ମହେଶ ରମେଶ କାକଡେ
(୧୧) ରସାୟନ ବିଜ୍ଞାନରେ ପ୍ରଫେସର ବିବେକ ପୋଲସେତିୱାର
(୧୨) ରସାୟନ ବିଜ୍ଞାନରେ ପ୍ରଫେସର ବିଶାଲ ରାୟ
(୧୩) ପୃଥିବୀ ବିଜ୍ଞାନରେ ଡ. ରକ୍ସି ମାଥ୍ୟୁ କୋଲ୍
(୧୪) ଇଞ୍ଜିନିୟରିଂ ବିଜ୍ଞାନରେ ଡ. ଅଭିଳାଷ
(୧୫) କୃଷି ବିଜ୍ଞାନରେ ଡ. କ୍ରିଷ୍ଣା ମୂର୍ତ୍ତି ଏସ୍.ଏଲ୍.
(୧୬) କୃଷି ବିଜ୍ଞାନରେ ଡ. ସ୍ୱରୂପ କୁମାର ପରିଡ଼ା
(୧୭) ଜୈବ ବିଜ୍ଞାନରେ ପ୍ରଫେସର ରାଧାକ୍ରିଷ୍ଣନ ମହାଲକ୍ଷ୍ମୀ
(୧୮) ଜୈବ ବିଜ୍ଞାନରେ ଅରବିନ୍ଦ ପେନମାତ୍ସା
ବିଜ୍ଞାନ ଶ୍ରୀ ପୁରସ୍କାର
(୧୯) ବୈଷୟିକ ଜ୍ଞାନକୌଶଳ ଓ ଉଦ୍ଭାବନ କ୍ଷେତ୍ରରେ ପ୍ରଫେସର ରୋହିତ ଶ୍ରୀବାସ୍ତବ
(୨୦) ମେଡ଼ିସିନରେ ବିଜ୍ଞାନରେ ପ୍ରଫେସର ଡାକ୍ତର ସଞ୍ଜୟ ବିହାରୀ
(୨୧) ପଦାର୍ଥ ବିଜ୍ଞାନରେ ପ୍ରଫେସର ଲକ୍ଷ୍ମଣନ ମୁଥୁସାମୀ
(୨୨) ପଦାର୍ଥ ବିଜ୍ଞାନରେ ପ୍ରଫେସର ନବ କୁମାର ମଣ୍ଡଳ
(୨୩) ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ଡ. ଅନ୍ନପୂର୍ଣ୍ଣି ସୁବ୍ରମଣ୍ୟମ
(୨୪) ପୃଥିବୀ ବିଜ୍ଞାନରେ ପ୍ରଫେସର ସୟଦ ୱାଜିହ ଅହମ୍ମଦ ନକଭି
(୨୫) ଇଞ୍ଜିନିୟରିଂ ବିଜ୍ଞାନରେ ପ୍ରଫେସର ଭୀମ ସିଂ
(୨୬) ଗଣିତ ଓ କମ୍ପ୍ୟୁଟର ବିଜ୍ଞାନରେ ପ୍ରଫେସର ଆଦିମୂର୍ତ୍ତି ଆଦି
(୨୭) ଗଣିତ ଓ କମ୍ପ୍ୟୁଟର ବିଜ୍ଞାନରେ ପ୍ରଫେସର ରାହୁଲ ମୁଖାର୍ଜୀ
(୨୮) କୃଷି ବିଜ୍ଞାନରେ ଡ. ଆନନ୍ଦରାମକ୍ରିଷ୍ଣନ ସି
(୨୯) ପରମାଣୁ ଶକ୍ତିରେ ଡ. ଅଭେଶ କୁମାର ତ୍ୟାଗୀ
(୩୦) ଜୈବ ବିଜ୍ଞାନରେ ପ୍ରଫେସର ଉମେଶ ବାର୍ଷ୍ଣେ
(୩୧) ଜୈବ ବିଜ୍ଞାନରେ ପ୍ରଫେସର ଜୟନ୍ତ ଭାଲଚନ୍ଦ୍ର ଉଦଗାଓଁକର
ବିଜ୍ଞାନ ରତ୍ନ ପୁରସ୍କାର
(୩୨) ଜୀବନବ୍ୟାପି ସାଧନା ପାଇଁ ପ୍ରଫେସର ଗୋବିନ୍ଦରାଜନ ପଦ୍ମନାଭନ
(୩୩) ମଲିକ୍ୟୁଲାର ବାୟୋଲୋଜି ଏବଂ ବାୟୋଟେକ୍ନୋଲୋଜି ଗବେଷଣା ପ୍ରଫେସର ପଦ୍ମନାଭନ