Img 20240820 Wa0197

ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ସୁଧାର ସହିତ ପିଆରଏମ ମେଡିକାଲ ରେ ଉନ୍ନତ ସ୍ୱାସ୍ଥ୍ୟ ସେବା ଦାବୀ

State

ଯଥାଶୀଘ୍ର ସୁଧାର ନ ଆସିଲେ ଜିଲ୍ଲପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ କରାଯିବ

ବାରିପଦା:  ସମଗ୍ର ମୟୁରଭଞ୍ଜ ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇପଡିଥିବା ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିବା ସହିତ ଅଭାବୀ ଡାକ୍ତର ଓ କର୍ମଚାରୀ ପଦବୀ ପୂରଣ କରିବା ଏବଂ ପିଆରଏମ ମେଡିକାଲ କଲେଜ ରୁ ରୋଗୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଦାବୀ ନେଇ ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ଆହ୍ୱାନ କ୍ରମେ ପୂର୍ବରୁ ପ୍ରଥମେ ରାଇରଙ୍ଗପୁର, ଦ୍ଵିତୀୟ ରେ କରଞ୍ଜିଆ, ତୃତୀୟ ରେ ଉଦଳା ଆଦି ୩ଟି ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଦାବୀପତ୍ର ପ୍ରଦାନ କରାଯାଇଥିଲା | ଆଜି ବାରିପଦା ସ୍ଥିତ ମୁଖ୍ୟ ଚିକିତ୍ସାଳୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ମେଡିକାଲ କଲେଜ ସୁପାରିଟେଣ୍ଡେଣ୍ଟ ଅଫିସ ସମ୍ମୁଖରେ ଭଞ୍ଜସେନା ଜିଲ୍ଲା ସଭାପତି ପିଣ୍ଟୁ ମାଈତି ଙ୍କ ନେତୃତ୍ୱରେ ଏକ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଉକ୍ତ ବିକ୍ଷୋଭ କାର୍ଯ୍ୟକ୍ରମରେ ସମଗ୍ର ଜିଲ୍ଲାରୁ ପାଖାପାଖି ପାଞ୍ଚ ଶହ ରୁ ଉର୍ଧ୍ଵ କର୍ମକର୍ତ୍ତା ଓ ସଂଗଠକ ମାନେ ସାମିଲ ହୋଇଥିଲେ |ଯଦି ଆଗାମୀ ୧ ମାସ ମଧ୍ୟରେ ମୟୁରଭଞ୍ଜ ରେ ଥିବା ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସରକାର କାର୍ଯ୍ୟକ୍ରମ ଆରମ୍ଭ ନ କରନ୍ତି ତେବେ ୧ ମାସ ଅତିକ୍ରମ କରିଲା ପରେ ବାରିପଦା ସ୍ଥିତ ମୟୁରଭଞ୍ଜ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଓ କରାଯିବା ବୋଲି ସଂଗଠନ ପକ୍ଷରୁ ଏକ ପ୍ରେସ ବିବୃତ୍ତିରେ ଜଣାଯାଇଅଛି |

ଆଜିର ବିକ୍ଷୋଭ କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ଅଧକ୍ଷ ସଂଜୀବ ରାଉତ, ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ, ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା, ଓବିସି ଶାଖା ସଭାପତି ରାକେଶ ବେହେରା,ଜିଲ୍ଲା ସୋସିଆଲ ମିଡ଼ିଆ ସଂଯୋଜକ ସନ୍ତୋଷ ଗିରି,ମହିଳା ଶାଖା ସଭାନେତ୍ରୀ କନିକା ବୋଷ, ଜିଲ୍ଲା ଯୁବଛାତ୍ର ସଂଯୋଜକ ଏସ.କେ.ରାଜାଖାନ,ବାରିପଦା ଉପଖଣ୍ଡ ସଭାପତି ଜ୍ୟୋତିରଞ୍ଜନ ପୃଷ୍ଟି, ମୁଖପାତ୍ର ମାନସ ବେହେରା ଜିଲ୍ଲା ସଂଗଠନ ସମ୍ପାଦକ ଗଣେଶ ମହାନ୍ତି,କପ୍ତିପଦା ଉପଖଣ୍ଡ ସଭାପତି ରବିନ ମହାନ୍ତି,ବାରିପଦା ସହର ସଂଯୋଜକ ମୀର ବାବର ଅଲ୍ଲୀ, ଜିଲ୍ଲା ଉପସଭାପତି ପ୍ରଶାନ୍ତ ମହାକୁଡ଼,ବାରିପଦା ସହର କାର୍ଯ୍ୟକାରୀ ସଭାପତି ଦିପେଶ ଆଗ୍ରୱାଲ,ଜିଲ୍ଲା ମହିଳା ଶାଖା କାର୍ଯ୍ୟକାରୀ ସଭାନେତ୍ରୀ ସୋନାଲି ସୋରେନ, ଜିଲ୍ଲା ମହିଳା ଶାଖା ସମ୍ପାଦିକା ସୁଭଦ୍ରା ହେମ୍ବ୍ରମ, ବାରିପଦା ସହର ଉପସଭାପତି ରବୀନ୍ଦ୍ର ଦଳେଇ,ଏମ ଡି ଇସଲାମ,କିଶୋର ମହାପାତ୍ର,ବାରିପଦା ସହର ସାଧାରଣ ସମ୍ପାଦକ ଅମିତ କୁମାର, ବାରିପଦା ସହର ମହିଳା ଶାଖା ସଭାନେତ୍ରୀ ରୁପାଲୀ ରୁପନୀତା ବେହେରା, ସାଫଲ୍ୟ ମିଶ୍ର, ପ୍ରଶାନ୍ତ ଦାସ, ଲଲାଟ କେଶରୀ ରାଉତ,ସୋନୁ ରାମ,ଗୌରାଙ୍ଗ ଘଡେ଼ଇ,ଜ୍ୟୋତିରଞ୍ଜନ ପୃଷ୍ଟି,ସଞ୍ଜୟ ମହାନ୍ତ, ସଞ୍ଜୟ ମାହାନା, ମନୋରଞ୍ଜନ ସାହୁ, ପ୍ରଦୀପ ପାତ୍ର,ଏମ ଡି ଲାଲୁ, ଗୌରାଙ୍ଗ ଚକ୍ରବର୍ତ୍ତୀ, ସେକ ରାଜାଖାନ, ସୌମ୍ୟରଞ୍ଜନ ଦାସବାବୁ,ବାପି ସିଂ, ସମ୍ପଦ ପୃଷ୍ଟି, ଉମେଶ ପ୍ରଧାନ, ସତ୍ୟ ପୃଷ୍ଟି, ମୁକ୍ତି ପରିଡ଼ା,ବିନୋଦ ଜେନା,ଅନନ୍ତ ଘଡେ଼ଇ, ରାଜେଶ୍ ଘଡେ଼ଇ, ସିପୁ ଘଡେ଼ଇ, କୁନଦନ ଘଡେ଼ଇ,ପ୍ରୀୟଂସୁ ଖଟୁଆ,ସତ୍ୟବ୍ରତ ଦାସ, ରବି ସିଂ,ମନୋରଞ୍ଜନ ବେହେରା, ସୁରଜ ବିନ୍ଧାଣି,ଓମ୍ ପ୍ରକାଶ ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ |

ଏହା ସହିତ ଭଞ୍ଜସେନା ପକ୍ଷରୁ କେବଳ ବାରିପଦା ସହର କମିଟି ଛାଡି ଜିଲ୍ଲାର ଅନ୍ୟ ସମସ୍ତ କମିଟି କୁ ଭଙ୍ଗ କରାଯାଇଛି ଏବଂ ଯଥାଶୀଘ୍ର ନୂତନ କମିଟି ଗଠନ କରାଯିବ ବୋଲି ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ସୂଚନା ଦେଇଛନ୍ତି ବୋଲି ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି |