Photo For The News Of College

ଫିକା ପଡ଼ିଲା ପ୍ରତିଷ୍ଠା ଦିବସ

State

ଆଗରପଡ଼ା :ଜିଲ୍ଲାର ଅନ୍ୟତମ ସୁନାମଧନ୍ୟ ଆଗରପଡ଼ା କଲେଜର ୪୪ତମ ପ୍ରତିଷ୍ଠା ଦିବସରେ ଆମନ୍ତ୍ରିତ ଅତିଥିମାନେ ନ ଆସିବାରୁ ଉତ୍ସବଟି ସଂପୂର୍ଣ୍ଣ ଫିକା ପଡ଼ିଯାଇଥିବାର ଆଲୋଚନା ହେଉଛି । ଏଥି ସହ କୌଣସି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ କାହିଁକି ଆମନ୍ତ୍ରଣ କରାନଗଲା ସେଥିପାଇଁ ସାମ୍ବାଦିକଙ୍କ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଉତ୍ସବରେ ସାମ୍ବାଦିକଙ୍କୁ ଆମନ୍ତ୍ରଣ କରାନଯିବା କଲେଜ ଇତିହାସରେ ପ୍ରଥମ ଘଟଣା ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିବା ସହ ଦୁଃଖ ପ୍ରକାଶ କରିଛନ୍ତି । ନିମନ୍ତ୍ରିତ କାର୍ଡ଼ରେ ମୁଦ୍ରିତ କେବଳ ମୁଖ୍ୟବକ୍ତାଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ଅତିଥି ଯୋଗ ନେଇନଥିବା ଜଣାପଡ଼ିଛି । ଏପରିକି କଲେଜ ପରିଚାଳନା ପରିଷଦ ସଭାପତି ମଧ୍ୟ ଏଥିରେ ଅନୁପସ୍ଥିତ ରହିଥିଲେ । ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ଏହି କଳେଜ ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ୍ତ କିିଶୋର ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ । ଅଧ୍ୟାପକ ମନୋଜ ପ୍ରଧାନ ସ୍ୱାଗତ ଭାଷଣ,ଅଧ୍ୟାପକ ନାରାୟଣ ଚନ୍ଦ୍ର ପୁରି ଅତିଥି ପରିଚୟ,ଭାରପ୍ରାପ୍ତ ମୁଖ୍ୟ ସହାୟକ ଅଶୋକ ସାହୁ ବାର୍ଷିକ ବୀବରଣୀ ପାଠ ଓ ଡ଼େମୋନଷ୍ଟ୍ରେଟର ମହେଶ୍ୱର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ଡ଼ଃ ହରିହର ନାୟକ,ଅଧ୍ୟାପକ ପ୍ରଶାନ୍ତ ନାୟକ,ଅଧ୍ୟାପିକା ପ୍ରେମଲତା ଦାଶ,ଡ଼େମୋନଷ୍ଟ୍ରେଟର ରବିନ୍ଦ୍ର ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ବିଭିନ୍ନ କାର୍ଯ୍ୟ ସଂପାଦନ କରିଥିଲେ ।