Photo For The News Of Teacher Association

ଗଠିତ ହେଲା ନୂତନ ପେନ୍‌ସନ୍‌ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ

State

ଆଗରପଡ଼ା :ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ ନୂତନ ଭାବେ ପେନ୍‌ସନ୍‌ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ଗଠିତ ହୋଇଯାଇଛି । ସଂଘର ସଭାପତି ଭାବେ ସର୍ବସମ୍ମତିକ୍ରମେ ଶିକ୍ଷକ ମଳୟ ନାୟକକୁ ଚୟନ କରାଯାଇଥିବା ବେଳେ ସମ୍ପାଦକଭାବେ ସୁକୁମାର ଦାସଙ୍କୁ ଚୟନ କରାଯାଇଛି । ସଂଘ ଗଠିତ ହେବାପରେ ଶ୍ରୀ ନାୟକ ଓ ଶ୍ର ଦାସଙ୍କ ନେତୃତ୍ୱରେ ସଂଘ ତରଫରୁ ଏକ ପ୍ରତିନିଧି ଦଳ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଫୁଲ୍ଲ ସାହୁ,ସହ ଗୋଷ୍ଠୀ ଶିକ୍ଷାଧିକାର ହରେକୃଷ୍ଣ ଆପଟ ଓ ପ୍ରମୋଦ ପଣ୍ଡାଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତ କରାଯାଇଥିଲା । ଏହି ଅବସରରେ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲା । ଶିକ୍ଷକଙ୍କ ସମସ୍ତ ସମସ୍ୟାର ସମାଧାନ କରିବା ଦିଗରେ ଯଥାସାଧ୍ୟ ଚେଷ୍ଟା କରିବାର ନିର୍ଭର ପ୍ରତିଶ୍ରୁତି ବିଇଓ ଶ୍ରୀ ସାହୁ ଦେଇଥିଲେ । ଉକ୍ତ ପ୍ରତିନିଧି ଦଳରେ ପ୍ରଦୀପ ପଲେଇ,ପରମେଶ୍ୱର ପୃଷ୍ଟି,ସନ୍ତୋଷ ମଲ୍ଲିକ,ଗୌତମ ନାୟକ,ଅଶୋକ ଦାସ,ଅରୁଣ ନାୟକ,ସୁଧୀର ବାରିକ,ଜଗତ ଜୀବନ ଜେନା,ଗିରିଜା ଲେଙ୍କା,ଶ୍ରୀଧର ପଣ୍ଡା,କୂଳପ୍ରଭା ସୂତାର,ବିଶ୍ୱନାଥ ବାରିକ,ନିରଜଂନ ଖିଲାର,ମନୋରଜଂନ ଦାସ,ଦୀପକ ପ୍ରଧାନ,ସୋମେନ୍ଦ୍ର ସାହୁ,ମଧୁସୂଦନ ରାଉତ,ପରେଶ ପରିଡ଼ା ଓ ଶୁଭେନ୍ଦ୍ର ବିଶ୍ୱାଳ ପ୍ରମୁଖ ଶିକ୍ଷକ ଉପସ୍ଥିତ ଥିଲେ ।