Capture

ଏସ୍‌ସିବିରେ କ୍ରେନ୍‌ ଭାଙ୍ଗି ୩ ଶ୍ରମିକ ଗୁରୁତର

State

କଟକ: ବଡ଼ମେଡିକାଲରେ ଶୁକ୍ରବାର ବଡ଼ ଦୁର୍ଘଟଣା ଘଟିଛି। ନିର୍ମାଣ କାର୍ଯ୍ୟ ଚାଲୁଥିବାବେଳେ ଏକ କ୍ରେନ୍‌ ଭାଙ୍ଗିପଡ଼ିଛି। ଫଳରେ ଘଟଣାସ୍ଥଳରେ ୩ ଜଣ ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି। ଏସସିବି ସେକେଣ୍ଡ କ୍ୟାମ୍ପସରେ ନିର୍ମାଣ କାର୍ଯ୍ୟ ଚାଲୁଥିବାବେଳେ କେଉଁ କାରଣରୁ କ୍ରେନ୍‌ଟି ଭାଙ୍ଗି ପଡ଼ିଛି ସେନେଇ ସ୍ପଷ୍ଟ ଜଣା ପଡ଼ିନି। ଆଶଙ୍କା କରାଯାଉଛି କି ଓଭର ଲୋଡ୍ ଯୋଗୁଁ ଟାୱାର କ୍ରେନ୍ ଭାଙ୍ଗି ପଡ଼ିଛି। ତେବେ ଘଟଣାସ୍ଥଳରେ ଉଦ୍ଧାକାରୀ ଟିମ୍ ପହଞ୍ଚିଥିବା ଖବର ମିଳିଛି।

କଟକସ୍ଥିତ ଏସ୍‌ସିବିର ନୂଆ ପରିସର ପାଇଁ କିଛି ବର୍ଷ ହେଲା କାମ ଚାଲିଛି। ନିର୍ମାଣ କାମ ଦ୍ରୁତଗତିରେ ଆଗେଇ ଥିବା ବେଳେ ଆଜି ଅପରାହ୍‌ଣରେ ଅଘଟଣ ଘଟିଛି। କୌଣସି କାରଣରୁ କ୍ରେନ୍‌ ଭାଙ୍ଗିଯିବାରୁ ଏଥିରେ ଥିବା ୩ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ବଡ଼ମେଡିକାଲରେ ଭର୍ତ୍ତି କରାଯାଇଛି।

ତେବେ ଏହି ଘଟଣା ସଂପର୍କରେ ପୁଲିସ ଅବଗତ ହୋଇଛି। ଠିକା ସଂସ୍ଥାର କର୍ମଚାରୀଙ୍କୁ ପଚରାଉଚରା କରୁଛି। ଅନ୍ୟପଟରେ ଏହି ଅପ୍ରୀତିକର ଘଟଣାକୁ ନେଇ ଭିନ୍ନଭିନ୍ନ ଚର୍ଚ୍ଚା ହେଉଛି।