Jaguni

‘ଆଳୁ’ ପ୍ରସଙ୍ଗରେ ମମତାଙ୍କ ସହ କଥା ହେବାକୁ ପଶ୍ଚିମବଙ୍ଗ ଗଲେ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ

State

ଭୁବନେଶ୍ବର: ରାଜ୍ୟରେ ଏବେ ବି କମିନି ଆଳୁ ସଙ୍କଟ । କିଲୋଗ୍ରାମ ପିଛା ୬୦ ଟଙ୍କାରେ ବିକ୍ରି ହେଉଛି ଆଳୁ । ଓଡିଶାବାସୀଙ୍କ ମୁଖ୍ୟ ପରିବା ଆଳୁ ହୋଇଥିବାବେଳେ, ଏଭଳି ଚଢ଼ା ଦରକୁ ନେଇ ଖାଉଟିଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ଗାଡ଼ି ନଛାଡିବାରୁ ଏଭଳି ସଙ୍କଟ ମୁଣ୍ଡ ଟେକିଛି ।

ଆଳୁ ସଂକଟ କେବେ ଦୂର ହେବ ତାହାକୁ ଚିନ୍ତାରେ ଖାଉଟି ଥିବାବେଳେ ଏବେ ରାଜ୍ୟରେ ଆଳୁ ସଂକଟ ଦୂର କରିବା ପାଇଁ ଅଣ୍ଟା ଭିଡିଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ଓରଫ ଜଗୁନି । ସେ ପଶ୍ଚିମବଙ୍ଗ ଯାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟି ଓଡ଼ିଶାକୁ ଆଳୁ ପଠାଇବା ନେଇ ଆଲୋଚନା କରିବେ ବୋଲି କହିଛନ୍ତି ।

ସେ କହିଛନ୍ତି ଯେ, ମନୋମାଳିନ୍ୟ ଦୂର କରି ଓଡିଶା ସରକାର ଓ ପଶ୍ଚିମବଙ୍ଗ ସରକାର ଭିତରେ ସମନ୍ବୟ ରଖି ବ୍ୟବସାୟ କରିବାକୁ କହିବି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଓ ମହାପ୍ରଭୁ ଜଗନ୍ନାଥଙ୍କୁ ଭାରି ଭଲ ପାଆନ୍ତି । ତେଣୁ ମୋର ଆଶା ଯେ ସେ ମୋ କଥା ରଖିବେ ଆଉ ରାଜ୍ୟରୁ ଆଳୁ ସଙ୍କଟକୁ ଦୂର କରିବେ ।