Potato 1

ନାଫେଡ୍ ଯୋଗାଇବ ଆଳୁ, ଖାଉଟିଙ୍କୁ କିଲୋ ୩୦ଟଙ୍କାରେ ମିଳିବ

State

ଭୁବନେଶ୍ବର : ରାଜ୍ୟରେ ଆଳୁ ସଙ୍କଟ ଦୂର କରିବା ପାଇଁ ରାଜ୍ୟ ସରକାର ଆଜି ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି । ନାଫେଡ୍ ମାଧ୍ୟମରେ ରାଜ୍ୟ ସରକାର ଆଳୁ କିଣିବେ ଓ ଖାଉଟିଙ୍କୁ ଏଣିକି ଆଳୁ ୩୦ଟଙ୍କା ଦରରେ ଯୋଗାଇ ଦିଆଯିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି ।
ରାଜ୍ୟରେ ଆଳୁ ସଙ୍କଟକୁ ନେଇ ଖାଉଟିଙ୍କ ମଧ୍ୟରେ ବଢୁଥିବା ଅସନ୍ତୋଷକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନାଫେଡ୍ ମାଧ୍ୟମରେ ଆଳୁ ଆଣିବାକୁ ନିଷତ୍ତି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୩ଶହ ମେଟ୍ରିକ ଟନ୍ ଆଳୁ ପାଇଁ ନାଫେଡକୁ ମଧ୍ୟ ଅର୍ଡର ଦିଆଯାଇଛି । ନାଫେଡ୍ ମାଧ୍ୟମରେ ଉତ୍ତରପ୍ରଦେଶରୁ ଏହି ଆଳୁ ଅଣାଯିବ । ଆସନ୍ତା ସପ୍ତାହକ ମଧ୍ୟରେ ରାଜ୍ୟରେ ଏହି ଆଳୁ ଉପଲବ୍ଧ ହେବ ।
ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ, ନାଫେଡ୍ ମାଧ୍ୟମରେ ସରକାର ଆଳୁ କିଣି ଖାଉଟିଙ୍କୁ ସୁଲଭ ଦରରେ ଯୋଗାଇବେ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ଥିବା ସରକାରୀ ଖୁଚୁରା ଦେକାନଗୁଡ଼ିକରେ ଏହି ଆଳୁ ଉପଲବ୍ଧ ହେବ । ଏହି ଆଳୁ ନିର୍ଦ୍ଧାରିତ ଦରରେ ବିକ୍ରି ପାଇଁ ମଧ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ପାତ୍ର ଆଜି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ସମାଧାନର ପ୍ରତିଶ୍ରୁତି ସତ୍ତ୍ୱେ ଗତ ଏକ ସପ୍ତାହ ଧରି ରାଜ୍ୟରେ ଆଳୁ ସଙ୍କଟ ଲାଗି ରହିଛି ।