Onn 3

ଚିନ୍ମୟ ମିଶନ ଦ୍ୱାରା ଆୟୋଜିତ ବ୍ୟକ୍ତିତ୍ୱ ବିକାଶ ଶିବିର “ଜାଗୃତି 2023” ଉଦଘାଟିତ

State

ବାରିପଦା : ଆମେ ଶୃଙ୍ଖଳିତ ହେଲେ ସମାଜ ଶୃଙ୍ଖଳିତ ହେବ, ଏବେକାର ଶିଶୁ ଶୃଙ୍ଖଳିତ ହେଲେ ଆମ ଭବିଷ୍ୟତ ଶୃଙ୍ଖଳିତ ହେବ l ନିଜ ଜନ୍ମଭୂମି ସୁରକ୍ଷିତ ରଖିବାକୁ ଶିଶୁମାନଙ୍କ ମନରେ ନିଜ ଜନ୍ମଭୂମିପ୍ରତି ଉଦ୍ରେକ କରାଇବାକୁ ପଡିବ l

ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସ୍ଥାନୀୟ ମଧୁବନ ସ୍ଥିତ ଚିନ୍ମୟ ଗୁରୁପାଦ ଆଶ୍ରମ ରେ ଚିନ୍ମୟ ମିଶନ ବାରିପଦା ଆନୁକୂଲ୍ୟରେ ଆସନ୍ତା 6 ତାରିଖ ରୁ ୮ ପ୍ରଯ୍ୟନ୍ତ ଷଷ୍ଠ ରୁ ଦଶମ ଶ୍ରେଣୀ ପଢୁଥିବା ପିଲାମାନଙ୍କ ଏକ ବ୍ୟକ୍ତିତ୍ୱ ବିକାଶ ଶିବିରକୁ ମୁଖ୍ୟ ଅଥିତି ରୂପେ ଯୋଗ ଦେଇ ବାରିପଦା ପୌରପାଳିକା କୃଷ୍ଣନନ୍ଦ ମହାନ୍ତିଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି l

ସଭାପତି ବିଜୟ ଲେଙ୍କାଙ୍କ ସଭାପତିତ୍ୱ ଅନୁଷ୍ଠିତ ଉଦଘାଟନ ସଭାରେ ଚିନ୍ମୟ ମିଶନ ବାରିପଦାର ଆଚାର୍ଯ୍ୟ ଗୋବିନ୍ଦାନନ୍ଦ ସରସ୍ବତୀ ସ୍ୱାଗତ ଭାଷଣ ଦେଇଥିଲେ l ବାଲେଶ୍ୱର ଚିନ୍ମୟ ମିଶନ ର ଆଚାର୍ଯ୍ୟ ବ୍ରହ୍ମଚାରୀ ଅଗସ୍ଥ୍ୟ ଚୈତନ୍ୟ , ଚିନ୍ମୟ ମିଶନ ଭଦ୍ରକ ର ଆଚାର୍ଯ୍ୟ ନିରଞ୍ଜନ ଚୈତନ୍ୟ, ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିଲେ l
ବରିଷ୍ଠ ଆଇନଜୀବୀ ସତ୍ୟବ୍ରତ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ ଓ ସମ୍ପାଦକ ଅଜିତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l

ହୃଦାନନ୍ଦ ଆଚାର୍ଯ୍ୟ, ତପନ ପଟ୍ଟନାୟକ, ପ୍ରଦୀପ ମହାନ୍ତି, ପ୍ରମୋଦିନି ପଟ୍ଟନାୟକ, ସମ୍ପଦ ଦାସ, କବିତା ଦାଶ, ବିଷ୍ନୁପଦ ବେରା, ଶକୁନ୍ତଳା ପାଲ, ସବ୍ୟସାଚୀ ପଲେଇ, ସ୍ଵର୍ଣପ୍ରଭା କେମ୍ପ ପରିଚାଳନା କରିଥିଲେ l ଯୋଗଗୁରୁ ରାକେଶ ମହାନ୍ତ ଯୋଗ ଶିକ୍ଷା ଦେଇଥିଲେ l
ସଚ୍ଚିଦାନନ୍ଦ ଗୁରୁକୁଳର ପିଲାମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରିଥିଲା ବେଳେ ଚିନ୍ମୟ ଯୁବ କେନ୍ଦ୍ରର ଅନ୍ୟାଶା ଗିରି, ମୌସୁମୀ ସେଠୀ, ଶିବାଙ୍ଗି ଖଣ୍ଡେଲୱାଲ ନୃତ୍ୟ ପରିବେଷଣ କରିଥିଲେ l

ଅନ୍ୟ ମାନଙ୍କମଧ୍ୟରୁ ଡ଼ା ସୁନନ୍ଦନ ମିଶ୍ର, ଦାମନ ନାୟକ, ଲଷ୍ମୀ ପାଣି, ସୁରାତିବାଳା ଦାଶ, ଶ୍ରୀଧର ପରିଡା, ଦିଲ୍ଲୀପ କୁମାର ତ୍ରିପାଠୀ, ଗିରିଜା ଶଙ୍କର ମହାନ୍ତି,
ପ୍ରମୁଖ ଉପସ୍ଥିତ ଥିଲେ l