Onn 3

ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ରୂପାନ୍ତରୀକରଣ ଏବଂ ନୂତନ ଏଟିଏମ୍ ଉଦଘାଟିତ

State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ ଛକ ଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ କେନ୍ଦୁପାଟଣା ଶାଖାର ତୃତୀୟ ଏଟିଏମ୍ ବୁଥ୍ ଏବଂ ଶାଖାର ରୂପାନ୍ତରୀକରଣ କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଛି । କଟକ ଜିଲ୍ଲା ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ ପ୍ରବନ୍ଧକ ସୁବାଷ ଚନ୍ଦ୍ର ବେହେରାଙ୍କ ପୌରହିତ୍ୟରେ ଏଥିରେ ମୁଖ୍ୟଅତିଥି ଭାବେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳର ମହାପ୍ରବନ୍ଧକ ପୋନାମବଲମ୍ ଏମ୍ , ସମ୍ମାନୀତ ଅତିଥି ଭାବେ ଉପମହାପ୍ରବନ୍ଧକ ସଞ୍ଜୟ କୁମାର ଝା, ଶାଖା ପରିଚାଳକ ପ୍ରିତିଶରଂଜନ ପଟ୍ଟନାୟକ, ଏଫଆଇ ମ୍ୟାନେଜର ଦୀପକ ନାୟକ, ବୁହାଳୋ ସରପଞ୍ଚ ରମାକାନ୍ତ ମହାନ୍ତି ପ୍ରମୁଖ ଯୋଗଦେଇ ଉଦଘାଟିତ କରିଥିଲେ ।

ସୂଚନାଥାଉକି ଦୀର୍ଘଦିନ ହେବ ବ୍ଲକ ଛକ ଠାରେ ଏଟିଏମ୍ ଖୋଲିବା ପାଇଁ ଜନସାଧାରଣ ଯେଉଁ ଦାବି କରିଥିଲେ ତାହା କୁ ଦୂର କରାଯାଇଥିବାରୁ ସର୍ବସାଧାରଣ ଏଟିଏମ୍ ସେବାକୁ ଆପଣେଇବା ପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କ କର୍ମଚାରୀ ଗୋପିନାଥ ସୋରେନ୍ , ମୋହନଦାସ ମୁର୍ମୁ, ଅଶୋକ କୁମାର ସେନାପତି , ଦେବଦତ୍ତ ଦାସ, ଏସ ସ୍ୱାତୀ, ରାଜେଶ କର, ଭାସ୍କର ଭୂୟାଁ , ସରୋଜ ସାମଲ, ସୁରେଶ ଚନ୍ଦ୍ର ମଲିକ, ନିଗମାନନ୍ଦ ମହାନ୍ତି, ରାମଚନ୍ଦ୍ର ବେହେରା, ଗ୍ରାହକ ସେବା କେନ୍ଦ୍ରର ପରିଚାଳକ ପ୍ରମୋଦ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।