Onn 3

ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ କାର୍ଗିଲ ବିଜୟ ଦିବସ ପାଳିତ

State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ୨୪ତମ ବାର୍ଷିକ କାର୍ଗିଲ ବିଜୟ ଦିବସ ପାଳିତ ହୋଇଛି । ଗୋଷ୍ଠୀ ଶିକ୍ଷାଧିକାରୀ ଲକ୍ଷେହୀରା ଲାବଣ୍ୟବତୀ ବେହେରାଙ୍କ ପୌରହିତ୍ୟରେ ଏଥିରେ ସହକାରୀ ମଣ୍ଡଳ ଶିକ୍ଷାଧିକାରୀ ଲକ୍ଷ୍ମୀନାରାୟଣ ରାଉତ , ପାର୍ବତୀ ନନ୍ଦ , ନୃସିଂହଚରଣ ମହାନ୍ତି , କାର୍ଯ୍ୟାଳୟ ସହକାରୀ ଦୀପ୍ତିଭାନୁ ପଟ୍ଟନାୟକ, ଅଭିରାମ ଦାସ, ପ୍ରଶିକ୍ଷକ ରାବେୱା ସରୱର, ସୀମା ନନ୍ଦ , ସିଆରସିସି ବୈକୁଣ୍ଠ ସାହୁ , ମହାମେଘବାହନ ସ୍ୱାଇଁ, ଶିକ୍ଷକ ନେତା ଶାରଦା ଆଚାର୍ଯ୍ୟ, ସାନ୍ତନୁ କର, ଜ୍ଞାନେନ୍ଦ୍ର ରାଉତରାୟ , ଅମର ସାମଲ, ଅଶୋକ କୁମାର ସେଠୀ, ରାଜେନ୍ଦ୍ର ଭୂୟାଁ ଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ବିଗତ ୨୩ ବର୍ଷ ତଳେ ହୋଇଥିବା କାର୍ଗିଲ ଯୁଦ୍ଧରେ ବିଜୟୀ ଭାରତର ସହିଦ୍ ସେନା ଙ୍କ ପାଇଁ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

ବିଶେଷ କରି ଏହି ବ୍ଲକ ଅଞ୍ଚଳର ସହିଦ୍ ଗୋପିନାଥ ମହାରଣା ଙ୍କ ଦେଶ ପାଇଁ ଉତ୍ସଗୀକୃତ ଜୀବନ ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା । କାର୍ଗିଲ ପାହାଡ଼ ଉପରେ ଭାରତର ବିଜୟୀ ତ୍ରିରଙ୍ଗା ଉଡ଼ାଇଥିବା ସେନାବାହିନୀଙ୍କ ପାଇଁ ଦେଶବାସୀ ଆଜିବି ଗର୍ବିତ ବୋଲି ମତପ୍ରକାଶ ପାଇଥିଲା ।