Rain

ଓଡିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ଓ ବଜ୍ରପାତ ସମ୍ଭାବନା

State

ଭୁବନେଶ୍ୱର: ଭୁବନେଶ୍ୱର ଏବଂ କଟକ ସହର ସମେତ ଓଡିଶାର ପାଞ୍ଚଟି ଜିଲ୍ଲାର ଅନେକ ସ୍ଥାନରେ ପ୍ରବଳ ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଛି।

ବୁଧବାର ଅପରାହ୍ନରେ ଭାରତ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆଲର୍ଟ ଜାରି କରାଯାଇଛି।

ଖୋର୍ଦ୍ଧା (ଭୁବନେଶ୍ୱର), କଟକ, ଜଗତସିଂହପୁର, ବଲାଙ୍ଗୀର ଏବଂ କଳାହାଣ୍ଡି ପାଇଁ ଆଗାମୀ ୩ ଘଣ୍ଟା ଯାଏଁ ଏହି ଆଲର୍ଟ ଜାରି କରାଯାଇଛି।

ତେବେ ଲୋକଙ୍କୁ ପାଣିପାଗ ଉପରେ ନଜର ରଖିବାକୁ ଏବଂ ତଦନୁଯାୟୀ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି।