Hand Dead Victim Woman Covered 600nw 2193737127

ବୋଲେରୋ ଧକ୍କାରେ ସ୍କୁଟି ଚାଳକ ମୃତ

State

ବାରିପଦା: ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୨୦ ନମ୍ବର ପୁରୁଣା ପାଣି ସୋରୁମ ପାଖରେ ଆଜି ପୂର୍ବାହ୍ନ ୯.୩୦ ଟା ପାଖାପାଖି ସମୟରେ ବୋଲେରୋ ( OR19J4616) ଧକ୍କାରେ ଜଣେ ସ୍କୁଟି ଆରୋହୀ ମୃତ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଟାଉନ ଥାନା ଅନ୍ତର୍ଗତ ତାମଳଵନ୍ଧ ଗ୍ରାମର ଭୂପତି ରାଉତ (୫୪) ସ୍କୁଟିରେ ଘରକୁ ଯାଉଥିବା ସମୟରେ ପଛରୁ ଏକ ବୋଲେରୋ ଦୃତ ଗତିରେ ଆସି ଧକ୍କା ଦେବା ଫଳରେ ଭୂପତି ରାସ୍ତା ଉପରେ ଛିଟିକି ପଡ଼ି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ ।ଖବର ପାଇ ଟାଉନଥାନା ପୋଲିସ ଗୁରୁତରଙ୍କୁ ରାଇରଙ୍ଗପୁର ହସ୍ପିଟାଲ ପଠାଇବା ସହ ଦୃତ ଗତିରେ ଆସି ପଳାଉଥିବା ବୋଲେରୋକୁ ଜବତ କରିଥିଲେ ।ଗୁରୁତର ଭୂପତିଙ୍କ ସ୍ବାସ୍ଥ୍ୟ ବିଗିଡ଼ି ଯିବାରୁ ତାଙ୍କୁ ବାରିପଦା ହସ୍ପିଟାଲକୁ ନେଉଥିବା ସମୟରେ ରାସ୍ତାରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା । ପୋଲିସ ବୋଲେରୋ କୁ ଜବତ କରିବା ସହ ଗାଡିଚାଳକଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଛି । ଏହାକୁ ନେଇ ଥାନାରେ ଏକ ମାମଲା ୨୩୪/୨୪ ରୁଜୁ ହୋଇଛି ।ଭୂପତିତ ମୃତଦେହକୁ ତାଙ୍କ ପୈତୃକ ଗ୍ରାମ ତାମଳଵନ୍ଧ ଅଣାଯାଇ ରାତିରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି ।ଭୂପତି ଟ୍ରାକ୍ଟର ସଂଘର ସଭାପତି ଥିଲେ ।ସେ ଜଣେ ଅମାୟିକ,ମେଳାପି, ସମାଜସେବୀ, ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କର ମୃତ୍ୟୁରେ ଗ୍ରାମରେ ଶୋକରେ ଛାୟା ଖେଳିଯାଇଛି ।