Photo2 For The News Of Diet

ଡାଏଟ୍‌ରେ ଦ୍ୱିଦିବସୀୟ ବାର୍ଷିକ ପାଠଚକ୍ର ଅନୁଷ୍ଠିତ

State

ଆଗରପଡ଼ା : ଆଗରପଡ଼ା ଡ଼ାଏଟ୍ ବା ଭଦ୍ରକ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ସମ୍ମିଳନୀ କକ୍ଷରେ ଦ୍ୱିଦିବସୀୟ ବାର୍ଷିକ ପାଠଚକ୍ର ପ୍ରତିଷ୍ଠାନର ଅଧ୍ୟକ୍ଷ ଡ଼ଃ କାର୍ତ୍ତିକେଶ୍ୱର ରାଉଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପାଠଚକ୍ରରେ ଗଂଜାମ ଜିଲ୍ଲା ବରହମପୁର ସ୍ଥିତ ଦିବାକର ପଟ୍ଟନାୟକ ଉଚ୍ଚତର ଶିକ୍ଷା ଗବେଷଣା ପ୍ରତିଷ୍ଠାନ ଓ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ,ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ,ଭଞ୍ଜନଗର ଅଧ୍ୟକ୍ଷ ପ୍ରଫେସର ଡ଼ଃ ବିମଳ ଚରଣ ସ୍ୱାଇଁ ମୁଖ୍ୟ ଅତିଥି ଏବଂ କୁନାଲ ପବ୍ଲିକେସନ,ନୂଆଦିଲ୍ଲୀର ପ୍ରକାଶକ ପ୍ରେମସିଂ ବିଷ୍ଟ ବିଶିଷ୍ଟ ଅତିଥି ଭାବେ ଯୋଗଦାନ କରି ନୂତନ ଜାତୀୟ ଶିକ୍ଷାନୀତି-୨୦୨୦ର ବୈଶିଷ୍ଟ୍ୟ ଗୁଡ଼ିକୁ ପୁଂଖାନୁପୁଂଖ ଆଲୋଚନା କରିଥିଲେ । ଅତିଥିଙ୍କ ଦ୍ୱାରା ପ୍ରତିଷ୍ଠାନର ୪ଟି ଗବେଷଣାତ୍ମକ ପୁସ୍ତକ ଉନ୍ମୋଚିତ ହୋଇଥିଲା । ଉକ୍ତ ପାଠଚକ୍ରରେ ଭଦ୍ରକ ଜିଲ୍ଲାର ୭ଟି ବ୍ଲକର ଗବେଷକଙ୍କ ଦ୍ୱାରା ୩୧ଟି ଶୋଧସନ୍ଦର୍ଭ ଉପସ୍ଥାପିତ ହୋଇଥିଲା । ପ୍ରତିଷ୍ଠାନର ବରିଷ୍ଠ ପ୍ରଶିକ୍ଷକ ଡ଼ଃ ପ୍ରଦୀପନାୟକ ଓ ପ୍ରଫୁଲ୍ଲ ଗୋଚ୍ଛାୟତଙ୍କ ଦ୍ୱାରା ବିବରଣୀ ଉପସ୍ଥାପନ କରାଯାଇଥିଲା । ପୁରୁଷଣ୍ଢସ୍ଥ ପ୍ରୟୋଗଶାଳା ବିଦ୍ୟାଳୟର ଶିକ୍ଷକ ପଦ୍ମନାଭ ସେଠୀଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

Photo1 For The News Of Diet

ପ୍ରତିଷ୍ଠାନର ଗୁରୁଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ଦ୍ୱିତୀୟ ଅଧିବେଶନରେ ଅଧ୍ୟକ୍ଷ ଡ଼ଃ ରାଉଳ ଏବଂ ପ୍ରଫେସର ସ୍ୱାଇଁ ଉପସ୍ଥାପିତ ସନ୍ଦର୍ଭ ଗୁଡ଼ିକ ଉପରେ ମନ୍ତବ୍ୟ ରଖିଥିଲେ । ବରିଷ୍ଠ ପ୍ରଶିକ୍ଷକ ନିର୍ମଳ ଚନ୍ଦ୍ର ସେଠୀ ଏବଂ ପ୍ରଫୁଲ୍ଲ ଗୋଚ୍ଛାୟତ ପାଠଚକ୍ରଟିର ସଂଯୋଜନା କରିଥିଲେ । ଏହି ଅବସରରେ ‘କସ୍ତୁରବା’ ପୁସ୍ତକ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସିଂହ,ହେମନ୍ତ ସିଂହ,ପ୍ରଦ୍ୟୁମ୍ନ ପୁହାଣ,ଜିତେନ୍ଦ୍ର ଶତପଥି,ସୁଶାନ୍ତ ଦାସ,ବାବୁରାମ ବେହେରା,ନୃସିଂହ ଖୁଣ୍ଟିଆ ଏବଂ ମାର୍କଣ୍ଡ ଧଡ଼ା ପ୍ରମୁଖଙ୍କ ଉପସ୍ଥିତରେ ସାମ୍ବାଦିକ ବିନୋଦ ଧଳ ସାମନ୍ତ ସ୍ୱିଚ୍ ଚିପି ଉନ୍ମୋଚିତ କରିଥିଲେ । ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଭବାନୀ ଶଙ୍କର ଦାସ,ବିଜୟିନୀ ମହାପାତ୍ର,ବିଜୟିନୀ ସ୍ୱାଇଁ,ରେଖା ମିଶ୍ର,କିରଣ ପ୍ରଧାନ,ତ୍ରିଲୋଚନ ମହାଳିକ,ପ୍ରଶିକ୍ଷିକା ମଧୁସ୍ମିତା ତ୍ରିପାଠୀ,ପଦ୍ମିନୀ ବେହେରା,ତୃପ୍ତିମୟୀ ମିଶ୍ର ତଥା ପ୍ରତିଷ୍ଠାନର କର୍ମକର୍ତ୍ତା ରାଜୀବ ରାୟଗୁରୁ,ନାରାୟଣ ପ୍ରସାଦ ନାୟକ,ଗଣେଶ ପ୍ରସାଦ ପାଣି,ପ୍ରତାପ ପଣ୍ଡା,ମାନସ ସାହୁ ଏବଂ ଗୁରୁ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶିକ୍ଷକ ପ୍ରଶିକ୍ଷକ ପ୍ରଫୁଲ୍ଲ ଗୋଚ୍ଛାୟତ ଧନ୍ୟବାଦ ଅର୍ପଣ କରିଥିଲେ ।