Onn 3

ଓଡ଼ିଶାରୁ ୧୭ ପୋଲିସ ଅଧିକାରୀ ପାଇବେ ପଦକ

State

Police-medal-1-750x430-1

ଭୁବନେଶ୍ୱର: ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଘୋଷିତ ହୋଇଛି ପୋଲିସ ମେଡାଲ। ଏଥର ଓଡ଼ିଶାରୁ ମୋଟ ୧୭ ପୋଲିସ ଅଧିକାରୀ ପଦକ ପାଇବେ। ସାହସିକତା ପାଇଁ ୪ ଜଣ ପୋଲିସ କର୍ମଚାରୀ ପଦକ ପାଇବେ। ବିଶିଷ୍ଟ ସେବା ପାଇଁ ୨ ଓ ଉଲ୍ଲେଖନୀୟ ସେବା ପାଇଁ ୧୧ ଜଣଙ୍କୁ ମିଳିବ ପଦକ।

ବିଶିଷ୍ଟ ସେବା ପାଇଁ ଏଡିଜି ସଂଜୟ କୁମାର ଓ ଅତିରିକ୍ତ ଏସପି ରବୀନ୍ଦ୍ରନାଥ ଶତପଥୀଙ୍କୁ ମିଳିବ ବିଶିଷ୍ଟ ସେବା ପଦକ। ସେହିପରି ସୁବେଦାର ପ୍ରହଲ୍ଲାଦ ହିମିରିକା ଓ ଏସ୍‌ଆଇ ସନ୍ତୋଷ ଗୁରୁଙ୍କୁ ସାହସିକତା ପଦକ ମିଳିବ। କମାଣ୍ଡୋ ସୁନୀଲ ବରିହା ଓ କନଷ୍ଟେବଲ ସୁଜିତ ରଣାଙ୍କୁ ମଧ୍ୟ ମିଳିବ ସାହସିକତା ପଦକ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅନୁଯାୟୀ, ଚଳିତ ସ୍ୱାଧିନତା ଦିବସ ଅବସରରେ ପୋଲିସ ପଦକରେ ସମ୍ମାନିତ ହେଲେ ୯୫୪ ପୋଲିସ କର୍ମୀ। ବୀରତ୍ୱ ପାଇଁ ଜଣେ ସିଆରପିଏଫ୍ ଯବାନଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ କରାଯାଇଛି। ସେହିପରି ବୀରତ୍ୱ ପାଇଁ ୨୨୯ ଜଣଙ୍କୁ ପୋଲିସ ପଦକ ପ୍ରଦାନ କରାଯାଇଛି। ବିଶିଷ୍ଟ ସେବା ପାଇଁ ୮୨ ଜଣଙ୍କୁ ରାଷ୍ଟ୍ରୀୟ ପୋଲିସ ପଦକ ଏବଂ ପ୍ରଶଂସନୀୟ ସେବା ପାଇଁ ୬୪୨ ଜଣଙ୍କୁ ପୋଲିସ ପଦକ ପ୍ରଦାନ କରାଯାଇଛି। ସୂଚନା ଥାଉକି, ଜୀବନ ଏବଂ ସମ୍ପତ୍ତି ବଞ୍ଚାଇବା, କିମ୍ବା ଅପରାଧୀକୁ ରୋକିବାରେ କିମ୍ବା ଅପରାଧୀଙ୍କୁ ଗରିଫ କରିବାରେ ରାଷ୍ଟ୍ରପତିଙ୍କ ପୋଲିସ ସାହସିକତା ପଦକ (ପିପିଏମଜି) ଓ ପୋଲିସ ସାହସିକତା ପଦକ (ପିଏମଜି) ପ୍ରଦାନ କରାଯାଇଥାଏ।