Lsa

ଗଣେଶ ଗ୍ୟାସ ଏଜେନ୍ସି ଆନୁକୁଲ୍ୟରେ ଏଲପିଜି ସୁରକ୍ଷା ସମ୍ବନ୍ଧୀୟ ସଚେତନତା ଶିବିର

State

ବାରିପଦା: ଦେଶ , ସମାଜ ତଥା ପରିବାର ଆର୍ଥିକ ପ୍ରଗତିରେ ମହିଳାଙ୍କ ଭୂମିକା ଅନନ୍ୟ ଓ ଅବର୍ଣ୍ଣନୀୟ । ସେମାନଙ୍କ ସୁରକ୍ଷା, ସ୍ଵାସ୍ଥ୍ୟ ଓ ଆର୍ଥିକ ସ୍ବାବଲମ୍ବୀ ପାଇଁ ସରକାର ଯଥେଷ୍ଟ ସଚେତନ ।ଚୂଲି ଜାଳ,ଧୂମ୍ରମୟ ପରିବେଶ,ଜାଳେଣି କାଠ ଅଭାବ ପାଇଁ ସବୁବେଳେ ରୋଷେଇ ମା’ ମାନେ ଦିନରାତି ଚିନ୍ତିତ ଓ ହନ୍ତସନ୍ତ। ଏହାକୁ ଚିନ୍ତାକରି ପ୍ରଧାନମନ୍ତ୍ରୀଙ୍କ ଉଜ୍ବଳା ଯୋଜନା ସ୍ବଛ ଇନ୍ଧନ- ସୁଖୀ ଜୀବନ ଏକ ଯୁଗାନ୍ତକାରୀ ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମନ୍ତ୍ରୀଙ୍କ ଦ୍ଵାରା ଶୁଭାରମ୍ଭ ହୋଇଥିଲା। ମହିଳା ହେଉଛନ୍ତି ଘରର ଆର୍ଥିକ ପ୍ରଗତିର ମେରୁଦଣ୍ଡ । ସେମାନଙ୍କ ସୁରକ୍ଷା, ସେମାନଙ୍କ ସ୍ବାସ୍ଥ୍ୟ, ସେମାନଙ୍କ ସମୟ ଅତି ମୂଲ୍ୟବାନ । ଏଲପିଜିର ବ୍ୟବହାର ଉପରେ ସମସ୍ତେ ସଚେତନ ହେବା ଦରକାର । ଏହାକୁ ନେଇ ଗଣେଶ ଭାରତ ଗ୍ଯାସ ଏଜେନ୍ସିର ପ୍ରୋପାଇଟର ଦମ୍ପତି ଲାଲମୋହନ ହାଁସଦା, ମିନତୀ ହାଁସଦା ଓ ବାବୁ ହାଁସଦା ଙ୍କ ବଳିଷ୍ଠ ଉଦ୍ୟମରେ ପିସିଏମ କଲ୍ୟାଣ ଭବନ ପରିସରରେ ଭାରତ ଗ୍ୟାସ ଉପଭୋକ୍ତାଙ୍କ ପାଇଁ ଏଲିପିଜି ବ୍ୟବହାର ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ଭାରତ ଗ୍ୟାସର ରାଜ୍ୟ ମୁଖ୍ୟ ମାନସ ରଞ୍ଜନ ମହାନ୍ତି, ଆଂଚଳିକ ମେନେଜର ଗିରିଶ ସୋନାଓ୍ବେନେ,ବିପଣୀ ମେନେଜର ସୁଭମ କୁମାର ସିଂ ପ୍ରମୁଖ ଯୋଗ ଦେଇଥିଲେ । ଅତିଥି ଗଣ କହିଥିଲେ ମଣିଷ ଜୀବନ ଦୁର୍ଲଭ ଓ ଅମୂଲ୍ୟ ।ଘରର ମେରୁଦଣ୍ଡ ହେଉଛନ୍ତି ମହିଳାମାନେ । ସେମାନଙ୍କ ଅମୂଲ୍ୟ ଜୀବନ ଗ୍ୟାସ ଦୁର୍ଘଟଣାରେ ନଷ୍ଟ ହେଲେ ସେ ପରିବାର ସମ୍ପୁର୍ଣ୍ଣ ଭାବେ ନଷ୍ଟ ହୋଇଯାଏ ।ପରିବାରର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଏ । ତେଣୁ ସେମାନଙ୍କ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ । ଗ୍ୟାସ ଚୁଲା ଓ ବ୍ୟବହାର ନେଇ ଶତକଡା ୮୦ ଭାଗ ମହିଳା ଅସେଚତନ । ତେଣୁ ସେମାନଙ୍କୁ ସଚେତନ କରାଇବା ପ୍ରାଥମିକ କର୍ତ୍ତବ୍ୟ ବୋଲି ଅତିଥିଗଣ କହିଥିଲେ ।ଗ୍ୟାସ ସିଲିଣ୍ଡର ବ୍ୟବହାର, ସତର୍କତା,ଉପରେ ଉପସ୍ଥିତ ଗ୍ରାହକମାନଙ୍କୁ ବୁଝାଇଥିଲେ । ଦୁର୍ଘଟଣା ଜନିତ କ୍ଷତିପୂରଣ,ବୀମା ଉପରେ ଆଲୋକପାତ କରିଥିଲେ ।ତଦସହ ଡେମୋ ଦେଖାଇଥିଲେ । ବିଶେଷତଃ ଗ୍ୟାସ ବ୍ୟବହାର ସମୟରେ ସିଲିଣ୍ଡର କୁ ଠିଆ କରି ରଖିବା,ପବନ ଯିବା ଆସିବା ସ୍ଥାନରେ ଗ୍ୟାସ ସିଲିଣ୍ଡର ନ ରଖିବା,ଦିଆସିଲି ଦ୍ଵାରା ଗ୍ୟାସ ଅନ୍ କରିବା, ସିଲିଣ୍ଡର ପାଖରେ ଅନ୍ୟ ଜ୍ବଳନଶୀଳ ବସ୍ତୁ ନ ରଖିବା , ସୂତା ବସ୍ତ୍ର ପିନ୍ଧି ରୋଷେଇ କରିବା,ରାତିରେ ଶୋଇଲାବେଳେ ରେଗୁଲେଟର ଵନ୍ଦ କରିବା,ଗ୍ୟାସର ଗନ୍ଧ ଆସିଲେ ଲାଇଟର କିମ୍ବା ସୁଇଚ ବନ୍ଦ କରିବା,ଗ୍ଯାସ ଲିକ୍ ହେଲେ ଏଲପିଜି ବିତରକଙ୍କ ୧୯୦୬ ନମ୍ବରକୁ ଫୋନ କରିବା, ପ୍ରତ୍ୟେକ ୫ ବର୍ଷରେ ଗ୍ୟାସ ପାଇପ ପରିବର୍ତ୍ତନ କରିବା, ଇତ୍ୟାଦି ଉପରେ ଉପଭୋକ୍ତାମାନଙ୍କୁ ସୂଚନା ଦିଆଯାଇଥିଲା ।ଆଖପାଖ ଅଂଚଳରୁ ଶତାଧିକ ଉପଭୋକ୍ତା ଏହି ସଚେତନ ଶିବିରରେ ଯୋଗ ଦେଇ ଆବଶ୍ୟକୀୟ ଜ୍ଞାନ ଆରୋହଣ କରିଥିଲେ ।