Nirmala2nd 2 One One

ଜାଣନ୍ତୁ ବଜେଟ୍ ରେ କ’ଣ ଶସ୍ତା ହେଲା ଆଉ କ’ଣ ମହଙ୍ଗା

National & International

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାମରଣ ଆଜି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଟିକସ ସ୍ଲାବରେ କୌଣସି ପରିବର୍ତ୍ତନ କରାଯାଇ ନଥିବାରୁ ମଧ୍ୟବୀତ୍ତ ନିରାଶ ହୋଇଛନ୍ତି। କିନ୍ତୁ ଏକାଧିକ ମୂଲ୍ୟବାନ ଧାତୁ ଓ ଜିନିଷ ଉପରେ ଲାଗୁଥିବା ଟିକସକୁ ବଜେଟରେ ହ୍ରାସ କରାଯାଇଛି।
ସେହିପରି ଆଉ କିଛି ଜିନିଷ ଉପରେ ଟିକସ ବୃଦ୍ଧି କରାଯାଇଛି। ବଜେଟ ଘୋଷଣା ପରେ କିଛି ଜିନିଷର ଦାମ କମିଥିବା ବେଳେ ଆଉ କିଛିର ମୂଲ୍ୟ ବୃଦ୍ଧି ପାଇଛି।
କ’ଣ ଶସ୍ତା ଓ ମହଙ୍ଗା ହେଲା?
ଶସ୍ତା ହୋଇଥିବା ଜିନିଷ: ଏକ୍ସ ରେ ମେସିନ, ୨୫ ଗୁରୁତ୍ୱପୂର୍ଣ୍ଣ ମିନେରାଲ୍ସ, ୩ ପ୍ରକାରର କ୍ୟାନସର ମେଡିସନ, ମୋବାଇଲ ଫୋନ, ମୋବାଇଲ ଚାର୍ଜର ଓ ଅନ୍ୟାନ୍ୟ ଉପକରଣ, ରୁପା, ଆମଦାନୀ ହେଉଥିବା ସୁନା, ଚମଡ଼ା ଜାତୀୟ ଜିନିଷ ଓ ସମୁଦ୍ର ଜାତୀୟ ଖାଦ୍ୟ, ସୋଲାର ସେଲ ଓ ପ୍ୟାନେଲ, ଷ୍ଟିଲ ଓ କପର, ଚପଲ ଓ ଜୋତା ଏବଂ ବୁଣା ଜିନିଷ।
ମହଙ୍ଗା ହୋଇଥିବା ଜିନିଷ: ଲ୍ୟାବ କେମିକାଲ୍ସ, ପିଭିସି ଫ୍ଲେକ୍ସ ବ୍ୟାନର, ଆମୋନିୟମ ନାଇଟ୍ରେଟ, ପ୍ଲାଷ୍ଟିକ ଜାତୀୟ ଦ୍ରବ୍ୟ ଓ ଟେଲିକମ ଇକ୍ୟୁପମେଣ୍ଟ, ପାନ ମସଲା, ତମ୍ବାକୁ।
ପେଟ୍ରୋକେମିକାଲ ଉତ୍ପାଦ ଉପରେ ଶୁଳ୍କ ବଢିବା ସହ ପ୍ଲାଷ୍ଟିକ୍‌ ଓ ପ୍ଲାଷ୍ଟିକ୍‌ ସମ୍ପର୍କିତ ଜିନିଷ ଉପରେ ମଧ୍ୟ ଶୁଳ୍କ ବୃଦ୍ଧି ପାଇବ । ଆମୋନିୟମ ନାଇଟ୍ରେଟ ଉପରେ ସୀମା ଶୁଳ୍କ ୧୦ ପ୍ରତିଶତରୁ ୨୫ ପ୍ରତିଶତକୁ ବୃଦ୍ଧି କରିବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ନିର୍ଦ୍ଦିଷ୍ଟ ଟେଲିକମ୍‌ ଯନ୍ତ୍ରପାତି ଉପରେ ମଧ୍ୟ ସୀମା ଶୁଳ୍କ ୧୦ରୁ ୧୫ ପ୍ରତିଶତକୁ ବୃଦ୍ଧି କରାଯାଇଛି ।