Onn 3

ବୁର୍ଖା ନ ପିନ୍ଧି ବସରେ ଚଢିବନି ! କର୍ଣ୍ଣାଟକ ବସ ଚାଳକର ଅଜବ ସର୍ତ୍ତକୁ ନେଇ ବିବାଦ

National & International

ବେଙ୍ଗାଲୁରୁ : କର୍ଣ୍ଣାଟକର କଲବୁର୍ଗି ଜିଲ୍ଲାରେ ଜଣେ ବସ୍ ଚାଳକ ସ୍କୁଲ ଛାତ୍ରୀମାନଙ୍କୁ ବୁର୍ଖା ନ ପିନ୍ଧି ବସରେ ଚଢ଼ିବାକୁ ମନା କରିଦେଇଥିବା ଅଭିଯୋଗ ହୋଇଛି। ନାବାଳିକାମାନେ ସ୍କୁଲ ଯିବା ପାଇଁ କମଲପୁର ତାଲୁକର ଓକାଲି ଗାଁରୁ ବାସବକଲ୍ୟାଣକୁ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା । ବସ୍ ଚାଲକ କହିଛନ୍ତି ଯେ ବସରେ ଚଢ଼ିବା ପୂର୍ବରୁ ସମସ୍ତ ମୁସଲମାନ ଛାତ୍ରୀ ବୁର୍ଖା ପିନ୍ଧିବା ଉଚିତ୍ । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ।
ମିଳିଥିବା ସୂଚନା ଅନୁଯାୟୀ ବସଟି ବାସବକଲ୍ୟାଣ-କଲବୁର୍ଗି ରୁଟରେ ଚଳାଚଳ କରିଥାଏ । ଏହି ବସର ଡ୍ରାଇଭର ଛାତ୍ରମାନଙ୍କୁ ବୁର୍ଖା ପିନ୍ଧିବାକୁ କହିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଏହି ବସର ଚାଳକ ବସରେ ଚଢ଼ିବା ପୂର୍ବରୁ ସମସ୍ତ ମୁସଲମାନ ଝିଅ ବୁର୍ଖା ପିନ୍ଧିବା ସର୍ତ୍ତ ରଖିଥିଲେ। ଏପରିକି ହେଡ୍ ସ୍କାର୍ଫ୍ ପିନ୍ଧିଥିବା ଝିଅମାନଙ୍କୁ ମଧ୍ୟ ବସ୍ ରେ ଚଢ଼ିବାକୁ ଅନୁମତି ଦିଆଯାଇନଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଚାଳକ କହିଛନ୍ତି, ମୁସଲମାନ ଛାତ୍ରଛାତ୍ରୀଙ୍କ ପାଇଁ କେବଳ ବୁର୍ଖା ଗ୍ରହଣୀୟ। ଯଦି ଆପଣ ମୁସଲମାନ ଅଟନ୍ତି, ତେବେ ହିଜାବ ନୁହେଁ ବରଂ ବୁର୍ଖା ପିନ୍ଧନ୍ତୁ। ତା’ପରେ ହିଁ ଆମେ ତୁମକୁ ବସ୍ ରେ ଚଢ଼ିବାକୁ ଅନୁମତି ଦେବୁ।
ଜଣେ ଛାତ୍ରୀ କହିଛନ୍ତି ଯେ ବସ ଚାଳକ ତାଙ୍କୁ ନିଜର ଧାର୍ମିକ ପରିଚୟ ମାଗିଥିଲା ଓ ବୁର୍ଖା ନ ପିନ୍ଧିବାକୁ କହିଥିଲା । ଛାତ୍ରୀ ଏଥିରେ ରାଜି ନ ହେବାରୁ ତାଙ୍କୁ ବସରେ ଚଢିବାକୁ ଅନୁମତି ଦେଇନଥିଲା ।