Onn 3

ନୟାପଲ୍ଲୀରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Crime State

ଭୁବନେଶ୍ୱର : ନୟାପଲ୍ଲୀରେ ଯୁବକଙ୍କ ଝୁଲନ୍ତା ମୃତଦେହ । ଆର.କେ ମାର୍ବଲ ରେଷ୍ଟ ରୁମ୍‌ରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଖୋର୍ଦ୍ଧା ଜିଲ୍ଲା ଗୋଲାବାଇ ଗାଁର ଅଭିମନ୍ୟୁ ସାମନ୍ତରାୟ । ଗତକାଲି ରାତିରେ ସ୍ତ୍ରୀ ସହ ଭିଡିଓ କଲ୍‌ରେ କଥା ହେବା ପରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ପାରିବାରିକ କଳହରୁ ଅଭିମନ୍ୟୁ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ । ଘଟଣାସ୍ଥଳରେ ପହଂଚିଛି ସାଇଣ୍ଟିଫିକ୍‌ ଟିମ୍‌ । ଦୋକାନର କର୍ମଚାରୀଙ୍କ ବୟାନ ରେକର୍ଡ ହୋଇଛି।