Onn 3

ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦଙ୍କ ପରିବାରଲୋକଙ୍କୁ ଚାକିରି ନମିଳିବାର କାରଣ କହିଲେ ଗୃହ ରାଷ୍ଟ୍ରମନ୍ତ୍ରୀ

National & International

ନୂଆଦିଲ୍ଲୀ: ଜମ୍ମୁକଶ୍ମୀରର ପୁଲୱାମାରେ ୨୦୧୯ ମସିହାରେ ‌ଆତଙ୍କବାଦୀ ଆକ୍ରମଣରେ ୪୦ଜଣ ଯବ‌ାନ ସହିଦ ହୋଇଥିଲେ। ଏହି ଦୁଃଖଦ ଘଟଣା ପରେ ସହିଦ ଯବାନଙ୍କ ପରିବାରକୁ ସରକାରୀ ଚାକିରି ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଏହି ପ୍ରତିଶ୍ରୁତି ଅନୁଯାୟୀ ୧୧ଜଣ ସହିଦଙ୍କ ସ୍ତ୍ରୀ ସରକାରୀ ଚାକିରିର ଆବେଦନ ପାଇଁ ସେମାନଙ୍କ ପିଲାକୁ ୧୮ବର୍ଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିଛନ୍ତି ବୋଲି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।
କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ସଂସଦରେ ସୂଚନା ଦେଇ କହିଛନ୍ତି କି, ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ୧୯ ଯବାନ ପରିବାରକୁ ଅନୁକମ୍ପା ଆଧାରରେ ସରକାରୀ ଚାକିରିଦିଆଯାଇଛି। ଆହୁରି ତିନିଟି ଯବାନ ପରିବାର ସଦସ୍ୟଙ୍କୁ ନିଯୁକ୍ତି ମିଳିବାର ପ୍ରକ୍ରିୟା ଜାରି ରହିଛି।
ଏହି କ୍ରମରେ ୧୧ଜଣ ସହିଦ ଯବାନଙ୍କ ସ୍ତ୍ରୀ ସରକାରୀ ଚାକରି ଆବେଦନ ପାଇଁ ତାଙ୍କ ପିଲାଙ୍କୁ ୧୮ବର୍ଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିଛନ୍ତି। କିଛି ସହିଦ ଯବାନଙ୍କ ପିଲା ଏବେ ୪ବର୍ଷର ଅଛନ୍ତି। ଏଥିରେ ସିଆରପିଏଫର ମୁଖ୍ୟ କନଷ୍ଟେବଳ ମନୋଜ ବେହରାଙ୍କ ଝିଅ ଓ କନଷ୍ଟେବଳ ଭାଗିରଥ ସିଂହଙ୍କ ୭ବର୍ଷର ପୁଅ ବି ସାମିଲ ଅଛନ୍ତି।
ଏଥିସହିତ ଆକ୍ରମଣ ପରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ନିୟମ ଅନୁଯାୟୀ ସମସ୍ତ ପ୍ରକାର ସାହାଯ୍ୟ କରାଯାଇଛି। ଯେଉଁଥିରେ କେନ୍ଦ୍ର, ରାଜ୍ୟ, ବ୍ୟକ୍ତିଗତ ଦାତାଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ୧.୫ ଟଙ୍କାରୁ ୩କୋଟି ଟଙ୍କା ପର୍ଯ୍ୟନ୍ତ ସାମିଲ ଅଛି। ଏହି କ୍ରମରେ ଦେଖିବ‌ାକୁ ଗଲେ ୮ଟି ସହିଦ ପରିବାରଙ୍କୁ ପାଖାପାଖି ୧.୫ କ‌ୋଟି ଟଙ୍କାରୁ ୨କୋଟି ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସାହାୟତା ମିଳିଥିବା ବେଳେ ୨୯ଟି ପରିବାରକୁ ୨କୋଟିରୁ ୨.୫କୋଟି ମଧ୍ୟରେ ଅର୍ଥ ରାଶି ପ୍ରଦାନ କରାଯାଇଛି।