Erw

ଆଗରପଡ଼ା ମହାବିଦ୍ୟାଳୟରେ ଅନିୟମିତତା ପ୍ରସଙ୍ଗ, ଅଧ୍ୟକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର

State

ଆଗରପଡ଼ା :ଭଦ୍ରକ ଜିଲ୍ଲା ବନ୍ତ ବ୍ଳକ ଅନ୍ତର୍ଗତ ଆଗରପଡ଼ା ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ଦୁର୍ନୀତି ଓ ଅନୈତିକ କାର୍ଯ୍ୟକୁ ନେଇ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଶିକ୍ଷକ,ଶିକ୍ଷୟିତ୍ରୀ,ଅଣଶିକ୍ଷକ କର୍ମଚାରୀ,ଅଭିଭାବକ,ଅଭିଭାବିକା ଏବଂ ସୁନାଗରିକମାନେ ମୁଖ୍ୟମନ୍ତ୍ରୀଙ୍କ ଠାରେ ପତ୍ର ମାଧ୍ୟମରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । ଏହି ମହାବିଦ୍ୟାଳୟରେ ନୂତନ ଗୃହ ନିର୍ମାଣ ନିମନ୍ତେ ୧କୋଟି ୨୫ଲକ୍ଷ ଟଙ୍କା ମଂଜୁର ହୋଇଥିଲା । ନୂତନ ଗୃହ ନିର୍ମାଣ ନିମନ୍ତେ ପରିସରରେ ଥିବା ପୁରୁଣା ଗୃହ ଗୁଡ଼ିକୁ ଭାଙ୍ଗି ଦିଆଯାଇଥିଲା । ଏଥିରୁ ବାହାରି ଥିବା ସାମଗ୍ରୀଗୁଡ଼ିକର ନିଲାମରେ ଅନିୟମିତତା,ପୁରୁଣା ସାମଗ୍ରୀ ନିଲାମ ପାଇଁ ଥିବା କମିଟି ମୁଖ୍ୟଙ୍କ ଅଗୋଚରରେ ଓ ବିନା ସହମତିରେ ଏହି କାର୍ଯ୍ୟ ହେବା ,ଏହି ସାମଗ୍ରୀ ନିଲାମ ହେବ ବୋଲି କୌଣସି ସାଧାରଣ ବିଜ୍ଞପ୍ତି ପ୍ରକାଶ କରାନଯିବା,ନିଲାମ ଅର୍ଥକୁ ଆତ୍ମସାତ କରିବା,ବିଭିନ୍ନ ସମୟରେ କର୍ମଚାରୀଙ୍କୁ ଭାରାପ୍ରାପ୍ତ ଅଧ୍ୟକ୍ଷ ଦୁର୍ବ୍ୟବହାର କରିବା,ଦୈନନ୍ଦିନ ପାଠପଢା କାର୍ଯ୍ୟକ୍ରମ ଯଥା ଯେଉଁ ସମୟରେ ଛାତ୍ରଛାତ୍ରୀଙ୍କ ଯେଉଁ କ୍ଲାସ ହେବା କଥା ନ ହେବା,ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ କ୍ରମେ କିଛି କର୍ମଚାରୀ ମିଳିମିିଶି ଆର୍ଥିକ ହେରଫେର କରିବା ଓ ଶୈକ୍ଷିକ ପରିବେଶକୁ ନଷ୍ଟ କରିବା ।

ସେହିପରି ବିଗତ ୧୫ ମାସ ଧରି ଶୃଖଂଳିତ ବାତାବରଣ ମଧ୍ୟରେ ମହାବିଦ୍ୟାଳୟ ଚାଲୁଥିବା ବେଳେ ମହାବିଦ୍ୟାଳୟ ଭାରାପ୍ରାପ୍ତ ଅଧ୍ୟକ୍ଷ ପରିଚାଳନା ପରିଷଦର ସଭାପତିଙ୍କ ବିନା ପରାମର୍ଶରେ ମନମୁଖୀ କାର୍ଯ୍ୟ କରିବା ସହ ପରିଚାଳନା ପରିଷଦର ସଭାପତିଙ୍କର(ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ସଭାପତି ସମ୍ବନ୍ଧୀୟ ନ୍ୟାୟପାଳିକା)ମକଦ୍ଦମା ଚାଲୁଥିବାରୁ ଏହାର ସୁଯୋଗରେ ସମସ୍ତ ଅନିୟମିତତା ହେଉଥିବାରୁ ଏହାର ବିଧିବଦ୍ଧ ତଦନ୍ତ କରିବା ସହ ଅଧ୍ୟକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପରିଷଦ ସଭ୍ୟା ରୁନୀତା ଦାସ,ବିଟିପୁର ସରପଂଚ ସୁଭଦ୍ରା ସିଂହ,ବଡ଼ମହିଁଷଗୋଠ ସରପଂଚ ବିନୋଦିନୀ ମହାନ୍ତି,ପୁରୁଷଣ୍ଢ ସରପଂଚ ପ୍ରକାଶ ବିଶ୍ୱାଳ,ଅଧ୍ୟାପକ ହରିହର ଦାସ,ଅଧ୍ୟାପକ ନରାୟଣ ପୁରୀ,ବିଶ୍ୱଭାରତୀ ପୁହାଣ,ଯୁବନେତା ସପନ ସିଂହ, ଦିପକ ମହାନ୍ତି,ଭୀଷ୍ମେଶ୍ୱର ଦାସଙ୍କ ସମେତ ଶତାଧିକ ବ୍ୟକ୍ତି ବିଶେଷ ମୁଖ୍ୟମନ୍ତ୍ରୀଙ୍କ ଠାରେ ଲିଖିତ ଅଭିଯୋଗ କରିବା ସହ ଅଭିଯୋଗର ଏକକିତା ନକଲ ଉଚ୍ଚ ଶିକ୍ଷାମନ୍ତୀ,ମାନ୍ୟବର ସାଂସଦ,ବିଧାୟକ,ନିର୍ଦ୍ଦେଶକ ଉଚ୍ଚ ଶିକ୍ଷା ବିଭାଗ ,ଆଂଚଳିକ ନିର୍ଦ୍ଦେଶକ, ଫକିର ମୋହନ ବିଶ୍ୱବିଦ୍ୟାଳୟ ଓ ଉପଜିଲ୍ଲାପାଳ,ଭଦ୍ରକଙ୍କୁ ପ୍ରେରଣ କରିଥିବା ଜଣାପଡ଼ିଛି ।