Photo For The News Of School Annual Function

ପଳସା ବିଦ୍ୟାଳୟ ବାର୍ଷିକ ଉତ୍ସବ

State

ଆଗରପଡ଼ା : ବନ୍ତ ବ୍ଲକ ଛୟାଳସିଂ ପଂଚାୟତ ପଳସା ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ରାଜଶ୍ରୀ ନାୟକଙ୍କ ତତ୍ତ୍ୱାବଧାନରେ ପ୍ରାକ୍ତନ ପ୍ରଧାନଶିକ୍ଷକ ଶକ୍ତିଧର ଜେନାଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ବନ୍ତ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ହରେକୃଷ୍ଣ ଆପଟ୍ଟ, ମୁଖ୍ୟବକ୍ତା ଶିକ୍ଷାବିତ୍ ଉପେନ୍ଦ୍ର କୁମାର ବିଶ୍ୱାଳ, ସମ୍ମାନିତ ଅତିଥି ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ଭାସ୍କର ଚନ୍ଦ୍ର ପାଢ଼ୀ, ଅଲେଖ ଚନ୍ଦ୍ର ନାୟକ,ସିଆରସିସି ଗିରିଜା ଶଙ୍କର ଲେଙ୍କା,ପ୍ରଣୟ କୁମାର ସିଂ, ଜଗନ୍ନାଥ ମଲ୍ଲିକ, ସ୍ୱାଧୀନତା ସଂଗ୍ରାମୀ ସୁରେନ୍ଦ୍ର ନାଥ ନାୟକ, ଦୋଳଗୋବିନ୍ଦ ନାୟକ, ପ୍ରାଥମିକ ବିଦ୍ୟାଳୟ ସଭାପତି ଉମାକାନ୍ତ ସାହୁ, ଉଚ୍ଚପ୍ରାଥମିକ ବିଦ୍ୟାଳୟ ସଭାନେତ୍ରୀ ମଞ୍ଜୁଲତା ବାରିକ, ଖଗେଶ୍ୱର ମଧ୍ୟଇଂରାଜୀ ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ଜୟନ୍ତୀ ସାହୁ ଯୋଗଦେଇ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ହେବା ଫଳରେ ପିଲା ମାନଙ୍କର ଉତ୍ସାହ ବୃଦ୍ଧି ପାଇବା ସହିତ କ୍ରୀଡା ଦ୍ୱାରା ଶାରୀରିକ ଗଠନର ସହାୟକ ହୋଇଥାଏ ବୋଲି କହିଥିଲେ ।

ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ସୁଦର୍ଶନ ଘଡ଼େଇ ଅତିଥି ପରିଚୟ , ଧନ୍ୟବାଦ ଅର୍ପଣ ମାନସ ଦେ ଓ ବାର୍ଷିକ ବିବରଣୀ ପଠନ ପୂଜା ରାଣୀ ଖମାରି କରିଥିଲେ । ଉଭୟ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ବିଭିନ୍ନ କ୍ରୀଡାରେ ଅଂଶ ଗ୍ରହଣ କରିଥିବା ବେଳେ ସେଥି ମଧ୍ୟରୁ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଜଗନ୍ନାଥ ଶଙ୍ଖୁଆ,ଲକ୍ଷ୍ମୀ ପ୍ରିୟା ଘଡ଼େଇ, ପ୍ରସନ୍ନ ଗିରି, ନାରାୟଣ ପରିଡା, ଦୁଷ୍ମନ୍ତ ଦାସ, ଅକ୍ଷୟ ନାୟକ, ମିନାକ୍ଷୀ ରଣା, ସସ୍ମିତା ନାୟକ, ସବିତା ଗିରି, ଅଞ୍ଜଳି ଜେନା, ତପସ୍ୱିନୀ ଶତପଥୀ ସମେତ ପରିଚାଳନା କମିଟି ଓ ଅଭିଭାବକ ପ୍ରମୁଖ ବିଭିନ୍ନ କାର୍ଯ୍ୟକମ ପରିଚାଳନାରେ ସହାୟତା ପ୍ରଦାନ କରିଥଲେ । ପରିଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ନାଟକ ଓ ସାଂସ୍କୁତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।