Img 20240715 Wa0234

ରଥଯାତ୍ରା ରେ ଦୋକାନୀମାନଙ୍କ ପାଖରୁ ନିଲାମ ଧାରୀ ଙ୍କ ଜୋର ଜବରଦସ୍ତ ଟଙ୍କା ଆଦାୟ କୁ ନେଇ ଭଞ୍ଜସେନା ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ

State

ବାରିପଦା :  ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦା ରଥଯାତ୍ରାରେ ଚଳିତ ବର୍ଷ ପୂର୍ବବର୍ଷ ଅପେକ୍ଷା ବହୁତ ଅବ୍ୟବସ୍ଥା ହୋଇଅଛି। ଆଉ ଏହାର ମୁଖ୍ୟ କାରଣ ସାଜିଛି ମ୍ୟୁନିସିପାଲିଟି ତରଫରୁ ନିଲାମ ଧରିଥିବା ସଂସ୍ଥା ଓ ଦୋଳିପଡ଼ିଆ ପାଖ ଜାଗା ଲିଜ ଧରିଥିବା ସଂସ୍ଥା ମାନଙ୍କ ଦ୍ୱାରା, ରଥଯାତ୍ରାରେ ସାଧାରଣ ଲୋକଙ୍କ ମନୋରଞ୍ଜନ ପାଇଁ ପଡିଥିବା ଦୋକାନ ଗୁଡିକରୁ ନିୟମ ଠାରୁ ବହଗୁଣରେ ଅଧିକ ଟଙ୍କା ଆଦାୟ କରୁଥିବାରୁ । ଏତେ ମାତ୍ରାରେ ଅର୍ଥ ଆଦାୟ ହେଉଥିବା ଯୋଗୁଁ ଗରୀବ ଦୋକାନୀ ମାନେ ଆଉ ବାରିପଦା ରଥଯାତ୍ରା ରେ ବ୍ୟବସାୟ କରିବାକୁ ସୁରକ୍ଷିତ ମଣୁନାହାନ୍ତି, ଯାହାଫଳରେ ବାରିପଦା ରଥଯାତ୍ରା ମେଳା ଫିକା ପଡିଗଲାଣି। ପରିସ୍ଥିତି ଏମିତି ହୋଇଛି ଯେ, ଦୋକାନ ପିଛା ୩୦ ରୁ ୪୦ ହଜାର ନେବା ପାଇଁ ଦାବୀ କରୁଛନ୍ତି ନିଲାମଧାରି ମାନେ ତାସହିତ ବେଲୁନ ଦୋକାନ ଭଳି ଛୋଟ ଛୋଟ ଦୋକାନ ମାନଙ୍କ ଠାରୁ ମଧ୍ୟ ନିୟମ ବାହାରେ ଅଧିକ ଅର୍ଥ ଦାବୀ କରୁଛନ୍ତି।

ଏଣୁ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦା ରଥଯାତ୍ରା ମେଳାର ପୁର୍ବ ସ୍ଥିତି ଫେରାଇ ଆଣିବା ସହିତ ଉପରୋକ୍ତ ଅନ୍ୟାୟ କାର୍ଯ୍ୟକଳାପ ବାବଦରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ବିଧାନ କରିବା ସହିତ ଦୋକାନୀ ମାନଙ୍କ ବ୍ୟବସାୟ ନିମନ୍ତେ ଏକ ସୁସ୍ଥ ପରିବେଶ ଯଥାଶୀଘ୍ର ଗଠନ କରିବା ନିମନ୍ତେ ଭଞ୍ଜସେନା ପକ୍ଷରୁ ରାକେଶ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବାରିପଦା ମ୍ୟୁନିସିପାଲିଟି ର କାର୍ଯ୍ୟନିବାହୀ ଅଧିକାରିଣୀଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରିଥିଲେ ଏବଂ ଏହାର ଏକକିତା ନକଲ ମୟୁରଭଞ୍ଜ ଜିଲ୍ଲାପାଳ ଓ ବାରିପଦା ମ୍ୟୁନିସିପାଲିଟି ଚେୟାରମେନ ଙ୍କୁ ପ୍ରଦାନ କରାଯାଇଛି। ଯଦି ଏବାବଦରେ ବିଭାଗ କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ ନ କରେ ତେବେ ଆଗକୁ ଆନ୍ଦୋଳନ ହେବ ବୋଲି ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି।