Img 20240710 Wa0221

ଅନୁସୂଚିତ ଜାତି ଓ ଜନଜାତି ବାଳିକା ବିଦ୍ୟାଳୟ ପରିସରରେ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ

State

ବାରିପଦା;  ଓଡ଼ିଶାର ସ୍ଥାପିତ ପ୍ରଥମ ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ଵନୋତ୍ସଵ ତଥା ‘ ମା ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ‘ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପୀ ଗରିୟସୀ’ ।ଜନନୀ ଓ ଧରିତ୍ରୀ ଗରୀୟାନ୍ ଅଟନ୍ତି ।ସୃଷ୍ଟିକୁ ରକ୍ଷା କରିବା ଲାଳନ ପାଳନ କରିବା ସେମାନଙ୍କ ଅବଦାନ,ତ୍ୟାଗ ଅନନ୍ୟ । ସେମାନଙ୍କ ତ୍ୟାଗ ପାଇଁ ଚଳିତ ବର୍ଷ ବୃକ୍ଷରୋପଣ ମା’ ପାଇଁ ଉତ୍ସର୍ଗୀକୃତ କୃତ କରାଯାଇଛି । ଏହାକୁ ନେଇ ବିଦ୍ୟାଳୟ ପରାମର୍ଶରେ ବିଭିନ୍ନ ପ୍ରକାରର ବୃକ୍ଷ, ଔଷଧୀୟ ଗଛ, ଫଳନ୍ତି ଗଛ,ରୋପଣ କରାଯାଇଛି ।ପରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ, ସୁରକ୍ଷା, ବିଭିନ୍ନ ଗଛର ଉପକାରିତା ନେଇ ଏକ ସଚେତନତା ସଭା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପଦ୍ମାଳୟା ସୋରେନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବନଖଣ୍ଡ ଅଧୀକାରୀ ଶିବ ପ୍ରସାଦ ରଥ,ଏସିଏଫ,ଵନାଞ୍ଚଳ ଅଧିକାରୀ ପ୍ରମୁଖ ଯୋଗ ଦେଇ ବିଦ୍ୟାର୍ଥୀ ମାନଙ୍କୁ ବୃକ୍ଷ ରୋପଣ ଉପରେ ଉତ୍ସାହିତ କରିଥିଲେ । ଵୃକ୍ଷ ହିଁ ଜୀବଜଗତର ଜୀବନ ।ସବୁ ବୃକ୍ଷର କିଛି ନା କିଛି ଉପକାରିତା ଓ ଔଷଧୀୟ ଗୁଣ ଅଛି । ସମସ୍ତେ କିଛି ନା କିଛି ଲଗାଇବା ପାଇଁ ସଂକଳ୍ପ କରିବା ଉଚିତ ।ଏହି କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ସରସ୍ଵତୀ ମହଲା, ଗୁରୁପ୍ରସାଦ ମହାକୁଡ,ସାଗରୀକା ମହାପାତ୍ର, ରାଜକିଶୋର ସୋରେନ,ରଶ୍ମୀବତୀ ମୁର୍ମୁ, ଲଳିତ ବାରିକ,ପୁଷ୍ପିତା ରାଉତ, ପ୍ରଭାସିନୀ ସେଠୀ, ଶାଶ୍ଵତୀ ମହାନ୍ତି, ହରପ୍ରସାଦ ମହାନ୍ତ,ହେମଲତା ମହାନ୍ତ ଏବଂ ଅନ୍ୟ ମାନେ ସହଯୋଗ କରିଥିଲେ ।