Img 20240710 Wa0175

ଡମ୍ପର ଓ ସ୍କୁଟି ମୁହାଁ ମୁହିଁ ; ସ୍କୁଟି ଚାଳକ କଲେଜ ଛାତ୍ରୀ ମୃତ; କ୍ଷତିପୂରଣ ନେଇ ଚାପା ଉତ୍ତେଜନା

State

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବହଳଦା ଥାନା ଅନ୍ତର୍ଗତ କାଦୁଆଣି- ଇନ୍ଦକୁଳି ରାସ୍ତା ଭୁରରୁଷା ଢିପାସାହି ରାସ୍ତାରେ ଏକ ହାଇଭା ସହ ସ୍କୁଟି ମୁହାଁମୁହିଁ ରେ ସ୍କୁଟି ଆରୋହୀ ଜଣେ ଯୁକ୍ତ ୨ ବିଜ୍ଞାନର ପ୍ରଥମ ବାର୍ଷିକ ଛାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ସସୋ ଗ୍ରାମର ନମିତା ବେହେରା ରାଇରଙ୍ଗପୁର ଆଦିବାସୀ ଅନୁସୂଚିତ ଜାତି ଓ ଜନଜାତି( ଏସ ଏସ ଡି ଯୁକ୍ତ ୨ ) ବିଦ୍ୟାଳୟ ର ପ୍ରଥମ ବାର୍ଷିକ ଛାତ୍ରୀ ସକାଳ ୯ ଟା ପରେ ପରେ ସ୍କୁଲ କୁ ସ୍କୁଟିରେ ଯାଉଥିବା ସମୟରେ ଏକ ସାମନା ପଟୁ ଆସୁଥିବାଏକ ଡମ୍ପର ସହ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ନମିତା ବେହେରାଙ୍କ ମୃତ୍ୟୁ ହୋଇଥିଲା ।ନମିତା ବେହେରାଙ୍କ ମୃତ୍ୟୁ ନେଇ ଲୋକଙ୍କ ମଧ୍ୟରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା ।ଲୋକେ କ୍ଷତିପୂରଣ ଦାବିନେଇ ରାସ୍ତାରୋକ କହିଥିଲେ ।ଵହଳଦା ଥାନାଧିକାରୀ ବୀରେନ୍ଦ୍ର ରାଉତ,ଵହଳଦା ତହସିଲଦାର ଭକ୍ତ ବନ୍ଧୁ ପ୍ରଧାନ,ଗମ୍ଭାରୀଆ ସରପଞ୍ଚ ,ସୋସୋ ସରପଞ୍ଚ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ ‌। ପୋଲିସ ଏକ ମାମଲା କେଶ ନମ୍ବର ୭୩/୨୪ ରୁଜୁ କରି ମୃତକଙ୍କ ଶଵ ବ୍ୟବଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲ ପଠାଇଛି । ରେଡ଼କ୍ରସ ତରଫରୁ ୧୦ ହଜାର ଟଙ୍କା ଏବଂ ହରିଶ୍ଚନ୍ଦ୍ର ଯୋଜନା ତରଫରୁ ୩ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି ।