Police 2 1

ଓଡ଼ିଶାର ୧୩ ଜଣଙ୍କୁ ମିଳିବ ସାହସିକତା ପୋଲିସ ମେଡାଲ

National & International State

ଗୃହ ମନ୍ତ୍ରାଳୟ ପକ୍ଷରୁ ସାହସିକତା ଓ ସେବା ମେଡାଲ ଘୋଷଣା । ସ୍ଵାଧୀନତା ଦିବସ ଅବସରରେ ଦେଶର ୧୦୩୭ ଜଣଙ୍କୁ ମିଳିବ ପୋଲିସ ପଦକ ଏବଂ ସାହସିକତା ପୁରସ୍କାର । କାର୍ଯ୍ୟକ୍ଷେତ୍ରରେ ଉତ୍ସର୍ଗୀକୃତ ସେବା ପ୍ରଦର୍ଶନ ଲାଗି ପୋଲିସ ବିଭାଗ, ଅଗ୍ନିଶମ ବିଭାଗ ଏବଂ ହୋମଗାର୍ଡ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ଏହି ପଦକ ପ୍ରଦାନ କରାଯିବ। ଓଡ଼ିଶାର ୧୩ ଜଣଙ୍କୁ ମିଳିବ ପୋଲିସ ମେଡାଲ । ଉଲ୍ଲେଖନୀୟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ । ADG ସୁରେଶ ଦେବ ଦତ୍ତ ସିଂହ, DSP ସଚ୍ଚିଦାନନ୍ଦ ରଥଙ୍କୁ ମେଡାଲ । ୧୫ ପୋଲିସ କର୍ମଚାରୀଙ୍କୁ ମିଳିବ ଉତ୍କୃଷ୍ଟ ସେବା ପଦକ । ପୋଲିସ, ଅଗ୍ନିଶମ, ହୋମଗାର୍ଡଙ୍କୁ ମିଳିବ ସାହସିକତା ମେଡାଲ । ଏ ସମ୍ପର୍କରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି ।

୧୦୩୭ ଜଣଙ୍କ ମଧ୍ୟରୁ ଜଣଙ୍କୁ ରାଷ୍ଟ୍ରପତି ସାହସିକତା ପଦକ ପ୍ରଦାନ କରାଯିବ । ସେ ହେଉଛନ୍ତି ତେଲେଙ୍ଗାନା ପୁଲିସ ବିଭାଗ ମୁଖ୍ୟ କନଷ୍ଟେବଳ ଚଡୁଭୁ ୟାଦାୟା । ଏହା ବ୍ୟତୀତ ୨୧୩ ଜଣଙ୍କୁ ସାହସିକତା ପଦକ, ୯୪ଜଣଙ୍କୁ ପ୍ରଖ୍ୟାତ ସେବା ପଦକ, ୭୨୯ ଜଣଙ୍କୁ ଗୁଣବତ୍ତାସମ୍ପନ୍ନ ସେବା ପଦକ ପ୍ରଦାନ କରାଯିବ ।