Pru

ପହଣ୍ଡି ବେଳେ ଅଘଟଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କଲେ ଆଇନ ମନ୍ତ୍ରୀ

State

ପୁରୀ : ପୁରୀରେ ଆଡପ ପହଣ୍ଡି ବେଳେ ଅଘଟଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନନ୍ଦ । ଏହା ସାମାନ୍ୟ ଦୁର୍ଘଟଣା ଥିଲା । ଏହା ଲୀଳାମୟଙ୍କ ଲୀଳା । ଆହତ ସେବାୟତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଛି । ପରେ କିଛି ସେବାୟତ ଆସି ପହଣ୍ଡିରେ ସାମିଲ ହୋଇଛନ୍ତି । ରଥ ଉପରେ ଅଣ ସେବାୟତ ରହିବା ନେଇ କୌଣସି ଠୋସ୍ ଅଭିଯୋଗ ମିଳିନାହିଁ ।

ମନ୍ଦିର ଭିତରେ ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଜିଲ୍ଲାପାଳ ଓ ଏସପି ସମାଧାନ କରିଛନ୍ତି । ଆଗକୁ ଅଧିକ ଶୃଙ୍ଖଳିତ କରିବାକୁ ରାଜ୍ଯ ସରକାର ପଦକ୍ଷେପ ନେବେ । ଉପମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି, ପ୍ରାଥମିକ ଚିକିତ୍ସା ପରେ ପହଣ୍ଡିରେ ସାମିଲ ହୋଇଥିଲେ ସେବାୟତ। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛୁ।