Img 20240710 145205 750x430

ଅକ୍ଷମଣୀୟ ତ୍ରୁଟିକୁ ନେଇ ମହାପ୍ରଭୁଙ୍କ ଇଚ୍ଛା କହିବା ଶ୍ରଦ୍ଧାଳୁଙ୍କ ମନକୁ ଆଘାତ ଦେଉଛି: ସୁଲୋଚନା ଦାସ

State

ଭୁବନେଶ୍ବର: ପହଣ୍ଡି ବେଳେ ଘଟିଥିବା ଅଘଟଣକୁ ନେଇ କଡ଼ା ପ୍ରତିକ୍ରିୟା ରଖିଲା ବିଜେଡି। ଏହା ଲଜ୍ଜାଜନକ, ଅକ୍ଷମଣୀୟ ତ୍ରୁଟି ବୋଲି କହିଲେ ଭୁବନେଶ୍ବର ମେୟର ସୁଲୋଚନା ଦାସ। ଏହି ଘଟଣା ସାଢ଼େ ୪ କୋଟି ଓଡ଼ିଆଙ୍କୁ ବ୍ୟଥିତ କରିଛି। ତା ଭିତରେ ଉପମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କ ମନ୍ତବ୍ୟ ଆହୁରି ବ୍ୟଥିତ କରିଛି। କିନ୍ତୁ ସରକାରଙ୍କୁ ଅନୁରୋଧ ଯେ ଆଗାମୀ ନୀତି ସୂଚାର ରୂପେ ତୁଲାଯାଉ ବୋଲି କହିଛନ୍ତି ମେୟର ସୁଲୋଚନା ଦାସ।

ପ୍ରେସମିଟ କରି ଭୁବନେଶ୍ବର ମେୟର ତଥା ବିଜେଡି ନେତ୍ରୀ ସୁଲୋଚନା ଦାସ କହିଛନ୍ତି ଯେ, ଏହା ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ । ଗତକାଲିର ଅଘଟଣ କୋଟି କୋଟି ଲୋକଙ୍କ ଭାବାବେଗକୁ ଆଘାତ ଦେଇଛି । ଓଡ଼ିଆ ଲୋକଙ୍କ ମନକୁ ମର୍ମାହତ, ଲଜ୍ଜିତ ଓ ବ୍ୟଥିତ କରିଛି । ଏହି ଲଜ୍ଜାଜନକ ଘଟଣା ପାଇଁ ସମସ୍ତେ କାନ୍ଦୁଛନ୍ତି । ହେଲେ ଆଇନ ମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ସମସ୍ତକୁ ମର୍ମାହତ କରିଛି ।

ଅକ୍ଷମଣୀୟ ତ୍ରୁଟିକୁ ନେଇ ମହାପ୍ରଭୁଙ୍କ ଇଚ୍ଛା କହିବା କୋଟି କୋଟି ଶ୍ରଦ୍ଧାଳୁଙ୍କ ମନରେ ଆଘାତ ଦେଇଛି। ବିଶ୍ବର କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି। ତେଣୁ ସରକାରଙ୍କୁ ଅନୁରୋଧ କରୁଛୁ ନୀଳାଦ୍ରି ବିଜେ ଯାଏଁ ସବୁ କାମ ସୂଚାରୁ ଭାବେ କରନ୍ତୁ । ରଥଯାତ୍ରାରେ ଯେପରି ଆଉ କିଛି ସମସ୍ୟା ବା ବିଭ୍ରାଟ ଦେଖାନଯାଉ ।