Image 20

୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ଆରଆଇ

Crime State

କନ୍ଧମାଳ: ଜଣେ ବ୍ୟକ୍ତିଙ୍କ ଜମି ପଟ୍ଟା ବାବଦରେ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ରାଜସ୍ୱ ନିରୀକ୍ଷକ। କନ୍ଧମାଳ ଜିଲ୍ଲା କୋଟଗଡ଼ ତହସିଲ ଦୁର୍ଗପଙ୍ଗ ଅଞ୍ଚଳର ଆରଆଇ ଦିଲିପ ସାହୁ ଲାଞ୍ଚ ନେବା ବେଳେ ଓଡିଶା ଭିଜିଲାନ୍ସ ଚଢଉ କରିଛି।

ସୂଚନା ଅନୁଯାୟୀ, ଆରଆଇ ଜଣଙ୍କ ଜମି ପଟ୍ଟା କାଗପତ୍ର ହସ୍ତାନ୍ତରଣ କରିବା ବାବଦରେ ବେଆଇନ ଭାବେ ବ୍ୟକ୍ତିଙ୍କଠାରୁ ୫ ହଜାର ଟଙ୍କା ଦାବି କରିଥିଲେ। ଏହି ଘଟଣାକୁ ନେଇ ଭିଜିଲାନ୍ସର ଦ୍ୱାରସ୍ତ ହୋଇଥିଲେ ଅଭିଯୋଗକାରୀ। ଏହି ଘଟଣାର ଖବର ପାଇ ଭିଜିଲାନ୍ସ ଟିମ ଚଢାଉ କରିଥିଲା। ଆରଆଇ ଜଣଙ୍କ ୫ ହଜାର ଟଙ୍କା ଲାଞ୍ଚ ଟଙ୍କା ଲାଞ୍ଚ ନେବା ବେଳେ ରେଡ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ ଟିମ। ଆରଆଇଙ୍କଠାରୁ ସମସ୍ତ ଟଙ୍କା ଉଦ୍ଧାର କରି ଜବତ କରାଯାଇଛି।

ଘଟଣାକୁ ନେଇ ବ୍ରହ୍ମପୁର ଭିଜିଲାନ୍ସରେ ଏକ ମାମଲା ରୁଜୁ ହୋଇଛି। ଭିଜିଲାନ୍ସ ପକ୍ଷରୁ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମେତ ଅନ୍ୟ ଦୁଇଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଛି। ଦୁର୍ନୀତି ନିବାରଣ (ସଂଶୋଧନ) ଅଧିନିୟମ, ୨୦୧୮ର ଧାରା ୭ ଅନୁଯାୟୀ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇଛି ଏବଂ ଅଧିକ ତଦନ୍ତ ଚାଲିଛି।