Download

ଅନ୍ଧ ବିଶ୍ୱାଶ ନେଲା ଜୀବନ, ପୋଡଶୀ ଙ୍କ କୁରାଢି ଚୋଟରେ ବୃଦ୍ଧା ଙ୍କ ମୁଣ୍ଡ ଗଣ୍ଡି ଅଲଗା

Crime State

ବାରିପଦା:  ଅନ୍ଧ ବିଶ୍ୱାସ ର କୁପରିଣତି ପୁଣି ଆଜି ଦେଖିବାକୁ ମିଳିଅଛି ମୟୁରଭଞ ଜିଲା ବଡସାହି ଥାନା ଅଧିନସ୍ଥ କେନ୍ଦୁଢିଆ ପଞ୍ଚାୟତ ନିଶ୍ଚିନ୍ତପୁର ଗ୍ରାମରେ । ଗ୍ରାମର ବାବୁଲି ମହାକୁଡ ନାମକ ଜଣେ ୩୫ ବର୍ଷର ଯୁବକ ଅନ୍ଧ ବିଶ୍ୱାସ ର ବଶବର୍ତ୍ତୀ ହୋଇ ପାଖ ପୋଡଶୀ ଗୈାରୀ ବେହେରା (୭୨) ନାମକ ଜଣେ ବୃଦ୍ଧା ଙ୍କୁ ଆଜି ପୂର୍ବାହ୍ନରେ ଏକ କୁରାଢୀରେ ହାଣି ମୁଣ୍ଡ ଗଣ୍ଡି କୁ ଅଲଗା କରିଦେଇଛି । ଘଟଣା ଘଟାଇବା ପରେ ବାବୁଲି କୁ ଗ୍ରାମର ଲୋକମାନେ କାବୁ କରି ପୋଲିସ କୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ କୁ ନିଜ ହେପାଜତ କୁ ନେବା ସହ ଘଟଣାରେ ବ୍ୟବହୃତ କୁରାଢୀ କୁ ଜବତ କରିଅଛି । ଘଟଣା ସ୍ଥଲରେ ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ ଜାରିରଖିଅଛି । ସୂଚନା ଯୋଗ୍ୟ କି ପୂର୍ବରୁ ମଧ୍ୟ ଏହିଭଳି ଘଟଣା ଆଗରୁ ମୟୁରଭଞ ଜିଲାରେ ଅନେକବାର ଘଟିଅଛି । ପୋଲିସ ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ଏ ଦିଗରେ ଅନେକବାର ସଚେତନ କରାଯାଉଥଲେ ମଧ୍ୟ ଲୋକମାନଙ୍କର ସଚେତନତା ଅଭାବରୁ ଏ ଦିଗରେ କୈାଣସି ସୁଫଳ ମିଳୁନାହିଁ ।