Onn 3

ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

State

hati

ସୁନ୍ଦରଗଡ଼ : ସୁନ୍ଦରଗଡ଼ ବଡ଼ଗାଁ ଫରେଷ୍ଟ ରେଞ୍ଜ ଟିମିନା କିଷାନପଡ଼ାରେ ହାତୀ ଉପଦ୍ରବ । ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ବିପିନ ଟପୋ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଟିମିନା କିଷାନପଡ଼ାର ବିପିନ ଟପୋ ଶୋଇଥିବା ବେଳେ ହାତୀ ଘର ଭାଙ୍ଗୁଥିଲା । ଏହି ସମୟରେ ବିପିନ ହାତୀ ହାବୁଡ଼ରେ ପଡିଯାଇଥିଲେ । ଯାହାଫଳରେ ହାତୀ ଆକ୍ରମଣରେ ବିପିନଙ୍କ ଜୀବନ ହରାଇବାକୁ ପଡିଛି । ଏହାସହ ଗାଁର ଆଉ ୫ ଜଣଙ୍କ ଘର ଭାଙ୍ଗିଥିବା ଜଣାପଡିଛି । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଘଉଡାଇବା ପାଇଁ ଉଦ୍ୟମ କରୁଛି ।

ସେହିପରି ରବିବାର ଦିନ ମଧ୍ୟ ସୁନ୍ଦରଗଡ଼ ସଦର ରେଞ୍ଜରେ ହାତୀ ଉପଦ୍ରବ ଦେଖିବାକୁ ମିଳିଥିଲା । ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ । ଏହାପରେ ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।