Img 20240701 Wa0239

ଭାରତର ତିନି ନୂତନ ଅପରାଧିକ ଆଇନ ସଂହିତାର ଶୁଭାରମ୍ଭ, ବାରିପଦା ମଣ୍ଡଳ କାରାଗାରରେ ସଚେତନତା ଉତ୍ସବ

Religion and Cult

ବାରିପଦା: ଆଜିଠାରୁ ଭାରତରେ ଇଂରେଜ ଅମଳରୁ ରହିଥିବା ଆଇପିସି, ସିଆରପିସି ଏବଂ ଏଭିଡେନ୍ସ ଆକ୍ଟ ବଦଳରେ ଭାରତୀୟ ନ୍ୟାୟ ସଂହିତା ଲାଗୁ ହେବା ଅବସର ରେ ବାରିପଦା ମଣ୍ଡଳ କାରାଗାର ରେ ବରିଷ୍ଠ ଜେଲ ଅଧିକ୍ଷକ ସୁଜିତ କୁମାର ରାଉଳଙ୍କ ସଭାପତିତ୍ୱରେ ଏକ ସଚେତନତା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି | ଏହି ଅବସର ରେ ଅତିଥି ଭାବରେ ବରିଷ୍ଠ ଆଇନଜୀବୀ ହେମନ୍ତ କୁମାର ରାଉତ, ସନ୍ଦୀପ କୁମାର ମହାପାତ୍ର, ପ୍ରଦୀପ କୁମାର ଜେନା, ତାପସ କୁମାର ଦତ୍ତ, ସାମ୍ବାଦିକ ଦୀପକ କୁମାର ନାୟକ, ସୟେଦ ସିରାଜୁଦ୍ଦିନ ପ୍ରମୁଖ ଯୋଗଦେଇ ଜେଲ ଅନ୍ତେବାସୀ ମାନଙ୍କୁ ନୂତନ ତିନୋଟି ଆଇନ ସଂହିତା ବାବଦରେ ଅବଗତ କରାଇଥିଲେ | ଅନ୍ୟ ମାନଙ୍କ ମଧ୍ୟରେ କାରାପାଳ ଶଶୀ କାନ୍ତ ମହାଳିକ, କରା ମଙ୍ଗଳ ଅଧିକାରୀ ସତ୍ୟ ରଞ୍ଜନ ପାଢ଼ୀ, ସହ କାରାପାଳ ପୂର୍ଣ୍ଣ ଚନ୍ଦ୍ର ବେହେରା, ଘନଶ୍ୟାମ ନାୟକ, ଉପ ସହ କାରାପାଳ ପୁଲିନ କୁମାର ଜେନା, ସୁଧାଂଶୁ ମହାନ୍ତି, ସୂର୍ଯ୍ୟ ନାରାୟଣ ମିଶ୍ର, ଶରତ କୁମାର ଘୋଡେଇ, ମିନତୀ ବିଶ୍ୱାଳ ଏବଂ ଅନ୍ୟ କରକର୍ମଚାରୀ ମାନେ ଯୋଗଦେଇ ନିଜନିଜର ବକ୍ତବ୍ୟରେ ତିନୋଟି ନୂତନ ଆଇନ ସଂହିତାର କାର୍ଯ୍ୟକାରିତା ଉପରେ ଆଲୋଚନା କରିଥିଲେ |