Img 20240701 Wa0270

ଜାତୀୟ ଡାକ୍ତର ଦିବସରେ ବୃକ୍ଷରୋପଣ ଓ ୩ ଡାକ୍ତରଙ୍କୁ ସମ୍ବର୍ଦ୍ଧନା

Religion and Cult

ବାରିପଦା: ଜାତୀୟ ଡାକ୍ତର ଦିବସରେ ବାରିପଦା ରକ୍ତ ଭଣ୍ଡାର ପରିସରରେ ନାରାୟଣ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ମୁଖ୍ୟ ଡଃ ପ୍ରଣବ ଶଙ୍କର ଦାଶ, ରକ୍ତ ଭଣ୍ଡାର ଅଧିକାରୀ ଡଃ ସୌମ୍ୟ ରଞ୍ଜନ ନାୟକ ଓ ଡଃ ନୀଲେଶ ଦାସ ଙ୍କୁ ଟ୍ରଷ୍ଟ ତରଫରୁ ସମ୍ମାନିତ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ପ୍ରତିଷ୍ଠାତା ସମାଜସେବୀ ଡଃ ନିରୋଜ କୁମାର ପୋଥାଳ, ଉପଦେଷ୍ଟା ସୋମନାଥ ସିଂହଙ୍କ ସମେତ ରାଜେଶ ନନ୍ଦୀ, ଭରତ ଚନ୍ଦ୍ର ପାତ୍ର, ଜୟ ପ୍ରକାଶ ମହାନ୍ତ, ରଣଜିତ ଦାସ ଅରବିନ୍ଦ ମୁଖି, ସୁନୀଲ କୁମାର ମୁଖି, ଚିତ୍ତରଞ୍ଜନ ସ୍ୱାଇଁ, ମାନସ ରଞ୍ଜନ ସ୍ୱାଇଁ, ବିକାଶ ସାହା, ରୁମା ବାରିକ ସମେତ ରକ୍ତ ଭଣ୍ଡାରର ଟେକନିସିଆନ ପୁଣ୍ଡରିକାକ୍ଷ ଦାସ, କରୁଣାକର ଜେନା, ରୁଚିକା ଖୁରାନା, ଛବି ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ I