Fish

ଜାଲରେ ପଡିଲା ୪୦ କେଜି ଓଜନର ବିରଳ ପ୍ରଜାତିର ମାଛ

State

ବୌଦ୍ଧ : ଜାଲରେ ପଡିଲା ବିରଳ ପ୍ରଜାତିର ମାଛ। ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ମହାନଦୀରୁ ଧରାପଡ଼ିଲା ୪୦ କେଜି ଓଜନର ବୁଦ ମାଛ। ଏହି ମାଛ ସାତକୋଶିଆରୁ ଚାଲିଆସିଥିବା ଅନୁମାନ କରାଯାଉଛି। ଆଜି ସକାଳେ ମହାନଦୀରେ ମାଛ ଧରୁଥିବାବେଳେ ମତ୍ସ୍ୟଜୀବୀଙ୍କ ଜାଲରେ ପଡିଥିଲା ଏହି ମାଛ। ପ୍ରତି ବର୍ଷ ବର୍ଷା ହେଲେ ଗୋଳିଆ ପାଣି ଆସିଲେ ଏହି ମାଛ ଜାଲରେ ପଡିଥାନ୍ତି। ପୂର୍ବରୁ ମଧ୍ୟ ଏକାଧିକ ଥର ଏହି ବିରଳ ପ୍ରଜାତିର ମାଛ ଧରିଥିବା କହିଛନ୍ତି ମତ୍ସ୍ୟଜୀବୀ।