Onn 3

ସ୍ୱାଧୀନତା ଦିବସରେ ପ୍ୟାରେଡ ବେଳେ ନକଲି ଯବାନ ଅଟକ

State

ପୁରୀ: କଡା ସୁରକ୍ଷା ଭିତରେ ରାଜ୍ୟରେ ସ୍ୱାଧୀନତା ଦିବସ ପାଳିତ ହେଉଥିବା ବେଳେ ପୁରୀ ଜିଲ୍ଲାରେ ନକଲି ଯବାନ ଧରା ପଡ଼ିବା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ଆଜି ପୁରୀରେ ପ୍ଯାରେଡ ଚାଲିଥିବା ବେଳେ ଜମେ ନକଲି ଯବାନ ଚିହ୍ନଟ ହୋଇଛନ୍ତି। ଏହାପରେ ତାଙ୍କୁ ପୋଲିସ ପ୍ରଶାସନ ନିଜ ହେପାଜତକୁ ନେଇ ଅଟକ ରଖିଛି। ଅଟକ ନକଲି ଯବାନ ପୁରୀ କୁମ୍ଭାରପଡା ଅଞ୍ଚଳର ସୁନୀଲ କୁମାର ବୋଲି ଜଣାପଡିଛି।

 

ପୁରୀ ଅତିରିକ୍ତ ଏସପି ସୁଶିଲ ମିଶ୍ର କହିଛନ୍ତି, ସ୍ଵାଧୀନତା ଦିବସ ଅବସରରେ ତାଳବଣିଆ ଇଣ୍ଡୋର ଷ୍ଟାଡିୟମକୁ ଯବାନ ବେଶରେ ପ୍ରବେଶ କରିଥିଲେ। ଗଣମାଧ୍ୟମ ପାଇଁ ଉଦ୍ଧିଷ୍ଟ ଟେଣ୍ଟରେ ସୁନୀଲ ଆର୍ମି ଅଧିକାରୀଙ୍କ ପୋଷାକ ପିନ୍ଧି ବସିଥିଲେ। ମୁହଁରେ କପଡ଼ା ବାନ୍ଧିବା ସହ ଏନସିସି ଅଧିକାରୀଙ୍କ ପାଖରେ ବସି ରହିଥିଲେ । ଏହାପରେ ସନ୍ଦେହ ହେବାରୁ ତାଙ୍କୁ ଅଟକ ରଖି ପଚରା ଉଚରା କରାଯାଉଛି।