Onn 3

ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ; ବିଶ୍ୱମିତ୍ରର ପରିଚୟ ସୃଷ୍ଟି କରିଛି ଭାରତ

National & International

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ। ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିସହ ଭାରତକୁ ମୁକ୍ତ କରିଥିବା ସ୍ବାଧୀନତା ସଂଗ୍ରାମର ଶହୀଦ ତଥା ସଂଗ୍ରାମୀମାନଙ୍କୁ ପ୍ରଣାମ ଜଣାଇଛନ୍ତି।

ଭବିଷ୍ୟତର ଭବ୍ୟ ଭାରତ ମଧ୍ୟରେ ଠିଆ ହୋଇଛି ଦେଶ
ଦେଶବାସୀଙ୍କୁ ସମ୍ବୋଧିତ କରି ନରେନ୍ଦ୍ର ମୋଦୀ କହିଛନ୍ତି ଯେ ହଜିଯାଇଥିବା ଐତିହ୍ୟ, ସମୃଦ୍ଧତାକୁ ପୁନରୁଦ୍ଧାର କରିବା ଏବଂ ଆଗାମୀ ଏକ ହଜାର ବର୍ଷ ପାଇଁ ଦିଗ ନିର୍ଦ୍ଧାରଣ କରିବା ଭବିଷ୍ୟତର ଭବ୍ୟ ଭାରତ ମଧ୍ୟରେ ଠିଆ ହୋଇଛି ଭାରତ। ଏହି ସମୟରେ ଦେଶ ଏଭଳି ଚୁକ୍ତି ଉପରେ ଛିଡ଼ା ହୋଇଛି ଏବଂ ସେଥିପାଇଁ ବର୍ତ୍ତମାନ ଆମକୁ ଅଟକିବାକୁ ପଡ଼ିବ, ଦ୍ୱନ୍ଦ୍ୱରେ ବଞ୍ଚିବାର ନାହିଁ।

କରୋନା ପରେ ଭାରତ ବିଶ୍ୱମିତ୍ରର ପରିଚୟ ସୃଷ୍ଟି କରିଛି
ସେହିପରି କରୋନାକୁ ନେଇ ମୋଦୀ କହିଛନ୍ତି, ୨ ଶହ କୋଟି ଦେଶବାସୀଙ୍କୁ ଟିକା ଦେଇ ଦକ୍ଷତା ଦେଖାଇଛି ଭାରତ। ସବୁ କାମ ଧାର୍ଯ୍ୟ ସମୟ ପୂର୍ବରୁ ଶେଷ କରାଯାଇଛି। ଠିକ ସମୟରେ ଠିକ ପଦକ୍ଷେପ ନେବା ଏବଂ ପରଫର୍ମ କରିବା ହେଉଛି ମୋଦି ସରକାରର ଧର୍ମ। କେବେ ରୋକିବୁନି, ଥକିବୁନି କି ହାରିବୁ ନାହିଁ ବୋଲି କହିଛନ୍ତି ମୋଦୀ। କରୋନା ପରେ ଭାରତ ବିଶ୍ୱମିତ୍ରର ପରିଚୟ ସୃଷ୍ଟି କରିଛି
ବିଶ୍ୱବାସୀଙ୍କୁ ଆଗକୁ ବଢ଼ିବା ପାଇଁ ନୂଆ ରାସ୍ତା ଦେଖାଉଛି। ଭାରତ ବିଶ୍ୱ ମଙ୍ଗଳ ପାଇଁ କାର୍ଯ୍ୟ କରି ଚାଲିଛି।

ମଣିପୁରରେ ଶାନ୍ତି ପାଇଁ ଅପିଲ କଲେ ପ୍ରଧାନମନ୍ତ୍ରୀ
ହିଂସା ନିଆଁରେ ଜଳୁଥିବା ମଣିପୁରରେ ଶାନ୍ତି ପାଇଁ ପ୍ରଧାନମନ୍ତ୍ରୀ ମୋଦି ଅପିଲ କରିଛନ୍ତି। ମୋଦୀ କହିଛନ୍ତି, କିଛି ଦିନ ହେଲା ମଣିପୁର ହିଂସା ମୋତେ ବ୍ୟଥିତ କରିଛି। ଏହା ଭିତରେ ମଣିପୁରରେ ଶାନ୍ତି ଫେରିବା ମଧ୍ୟ ଆଶ୍ୱସ୍ତ କରିଛି। ସାରା ଦେଶ ମଣିପୁରବାସୀଙ୍କ ପଛରେ ଛିଡ଼ା ହୋଇଛି। ଉତ୍ତର ପୂର୍ବାଞ୍ଚଳର ଏହି ରାଜ୍ୟରେ ସ୍ଥିତି ଦିନକୁ ଦିନ ସୁଧୁରୁଛି। ହଜାରେ ବର୍ଷର ଦାସତ୍ୱ ବିଷୟରେ ଉଲ୍ଲେଖ କରି ସେ ପରବର୍ତ୍ତୀ ୧୦୦୦ବର୍ଷ ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ବିଶେଷ କଥା ହେଉଛି ପ୍ରଧାନମନ୍ତ୍ରୀ ମୋଦି ପୂରା ସମ୍ବୋଧନ ବେଳେ ଦେଶବାସୀଙ୍କ ବଦଳରେ ପରିବାର ସଦସ୍ୟ ବ୍ୟବହାର କରିଛନ୍ତି।

ଜି-୨୦କୁ ସଫଳ କରିବା ପାଇଁ ମହିଳାଙ୍କ ଭୂମିକା ପ୍ରଶଂସନୀୟ
ମୋଦୀ କହିଛନ୍ତି ଭାରତ ଗଣତନ୍ତ୍ରର ଜନନୀ, ବିବିଧତାର ପ୍ରତୀକ। ଆଜି ଦେଶର ୧୦ କୋଟି ମହିଳା ଏସଏଚଜିରେ ଯୋଡ଼ି ହୋଇଛନ୍ତି। ମହିଳାଙ୍କୁ ଡ୍ରୋନ୍‌ ଟ୍ରେନିଂ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଫଳରେ ହଜାର ସଂଖ୍ୟାରେ ମହିଳା କୃଷି କ୍ଷେତ୍ରରେ କାର୍ଯ୍ୟ କରିପାରିବେ।

ଏକତା ନେଇ ସଂକଳ୍ପ ନେବା
ରାଷ୍ଟ୍ର ଚରିତ୍ର ନେଇ ନୂଆ ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିବିଧତା ଭିତରେ ଏକତା ନେଇ ସଂକଳ୍ପ ନେବାକୁ ଆହ୍ୱାନ ଦେଲେ। ୨୦୪୭ ସୁଦ୍ଧା ଦେଶକୁ ବିକଶିତ ରାଷ୍ଟ୍ର କରିବା ସଂକଳ୍ପ ନେବାକୁ କହିଲେ ମୋଦୀ। ସେହିପରି ଚନ୍ଦ୍ରଯାନରେ ମହିଳା ବୈଜ୍ଞାନକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ କଥା କହିଲେ ମୋଦୀ।

ମଧ୍ୟମ ବର୍ଗର ଶକ୍ତି ବଢ଼ିବ
ଦେଶରେ ଗରୀବ କମିଲେ ମଧ୍ୟମ ବର୍ଗ ଶକ୍ତି ବଢ଼ିବ। ଆସନ୍ତା ୫ ବର୍ଷରେ ଗ୍ୟାରେଣ୍ଟି ଦେଉଛି ଏହା ପୂରଣ ହେବ। ସହରରେ ବସ୍ତିରେ ରହୁଥିବା ଲୋକଙ୍କ ଜୀବନ ମାନ ବଢ଼ିବ। ସହରରେ ଘର କରି ରହିବା ପାଇଁ ସହଯୋଗ ଦିଆଯିବ। ବ୍ୟାଙ୍କରୁ ରିହାତିରେ ଋଣ ଯୋଗାଇ ଦିଆଯିବ। ଆଧୁନିକତା ଆଡେ ଆମେ ଅଗ୍ରସର ହେଉଛନ୍ତି। ସେହିପରି ଭ୍ରଷ୍ଟାଚାରକୁ ନେଇ ମୋଦୀ କହିଛନ୍ତି ରାକ୍ଷସ ଦେଶକୁ ରସାତଳକୁ ନେଇଥିଲା। ୧୦ ବର୍ଷ ତଳେ ରାଜ୍ୟକୁ ୨୦ ଲକ୍ଷ କୋଟି ଟଙ୍କା ଯାଉଥିଲା। ବର୍ତ୍ତମାନ ରାଜ୍ୟମାନଙ୍କୁ ୧୦୦ ଲକ୍ଷ କୋଟି ଟଙ୍କା ଯାଊଛି।