Cm 11

ବିଜେଡି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ସାଂସଦଙ୍କ ବୈଠକ, ରାଜ୍ୟସଭାରେ ଓଡ଼ିଶାର ସ୍ବାର୍ଥ ପାଇଁ ଲଢେଇ ଜାରି ରହିବ

Politics State

ଭୁବନେଶ୍ୱର : ଓଡ଼ିଶାର ସ୍ବାର୍ଥ ପାଇଁ ଲଢେଇ ଜାରି ରହିବ । ଓଡ଼ିଶା ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଗୃହରେ ଉଠାଇବୁ । ଓଡ଼ିଶାର ସ୍ବାର୍ଥକୁ ଅଣଦେଖା କଲେ ସ୍ବର ଉତ୍ତୋଳନ କରିବୁ । ରାଜ୍ୟସଭାରେ ପ୍ରତିଟି ପ୍ରସଙ୍ଗକୁ ଶାଣିତ ଭାବେ ଉଠାଇବ ବିଜେଡି । ନବୀନ ନିବାସରେ ବିଜେଡି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସି ଆଗାମୀ ରଣନୀତି ନେଇ ଆଲୋଚନା ହୋଇଛି ।

ବୈଠକରେ ସାଂସଦ ସସ୍ମିତ ପାତ୍ର, ନିରଞ୍ଜନ ବିଶି, ମାନସ ମଙ୍ଗରାଜ, ମମତା ମହନ୍ତ, ଶୁଭାଶିଷ ଖୁଣ୍ଟିଆ, ସୁଲତା ଦେଓ, ଦେବାଶିଷ ସାମନ୍ତରାୟ ଓ ସୁଜିତ କୁମାର ବୈଠକରେ ଉପସ୍ଥିତ ଥିଲେ । ଜୁନ ୨୭ରୁ ୩ ଜୁଲାଇ ପର୍ଯ୍ୟନ୍ତ ରାଜ୍ୟସଭା ଅଧିବେଶନ ବସିବାକୁ ଯାଉଛି । ତା ପୂର୍ବରୁ ସଂସଦରେ ଦଳର ଆଭିମୁଖ୍ୟକୁ ସ୍ପଷ୍ଟ କରିବା ପାଇଁ ସୁପ୍ରିମୋ ଏହି ବୈଠକ ଡାକିଥିଲେ । ଏଥର ଲୋକସଭା ନିର୍ବାଚନରେ ବିଜେଡିର ଜଣେ ସାଂସଦ ଜିତିନାହାନ୍ତି । କିନ୍ତୁ ରାଜ୍ୟସଭାରେ ୯ ଜଣ ସଦସ୍ୟ ଅଛନ୍ତି ।