Dead Body

ଯୋଡାମହୁଲରେ ମହିଳା ମୃତ; କାରଣ ଅସ୍ପଷ୍ଟ

Crime State

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଳକର ଖନ୍ତ ପଞ୍ଚାୟତ ଅନ୍ତର୍ଗତ ଯୋଡାମହୁଲ ଗ୍ରାମର ଜନୈକ ମହିଳାଙ୍କ ସନ୍ଦେହ ଜନକ ମୃତ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯୋଡାମହୁଲ ଗ୍ରାମର ସଂଖ୍ୟା ଲଘୁ ସଂପ୍ରଦାୟର ସେକ୍ ଅରମାନ୍ ଅଲ୍ଲୀଙ୍କ ସହିତ ବିଜାତଳା ବ୍ଳକର ବଡଝରଣ ପଞ୍ଚାୟତର ଯୁଡିଆ ଗ୍ରାମର ହିନ୍ଦୁ ସଂପ୍ରଦାୟର ସୁଜାତା ସେଠୀକୁ ୭/୮ ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ସେମାନଙ୍କର ଦୁଇଟି ପୁତ୍ର ସନ୍ତାନ ଅଛି । ଗତକାଲି ରାତିରେ ସ୍ବାମୀ ସ୍ତ୍ରୀ ଓ ଛୁଆ ପିଲାଙ୍କ ସହିତ ଖାଇପିଇ ରାତିରେ ଖୁସିବାସିରେ ଶୋଇଥିଲେ ।ଏହା ଯେ ସୁଜାତାଙ୍କ ପାଇଁ ଶେଷ ରାତି ହେବ କିଏ ଜାଣିଥିଲା ! ହଠାତ୍ ରାତି ୪ ଟା ପାଖାପାଖି ସମୟରେ ସୁଜାତା ପାଖରେ ଶୋଇଥିବା ପୁଅ ପରିସ୍ରା ପାଇଁ ଉଠି କାନ୍ଦିଥିଲା ।ବାପା ଅରମାନ୍ ଅଲ୍ଲୀ ପୁଅର କାନ୍ଦ ଶୁଣି ଉଠି ଛୁଆକୁ ପରିସ୍ରା କରାଇ ଆଣିଥିଲେ । ଅରମାନ ତାଙ୍କ ସ୍ତ୍ରୀ କୁ ଡାକିଥିଲେ ।ସେ ଶୁଣି ନ ଥିଲେ ।ପରେ ପତ୍ନୀଙ୍କ ହାତ ଧରିବାରୁ ହାତ ଥଣ୍ଡା ଲାଗିଥିଲା ।ସଙ୍ଗେ ସଙ୍ଗେ ଅରମାନ ତାଙ୍କର ପରିବାରବର୍ଗଙ୍କ ସହ ପତ୍ନୀକୁ ଧରି ରାଇରଙ୍ଗପୁର ହସ୍ପିଟାଲ ଆସିଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ ।ସାଇଣ୍ଟିଫିକ ଟିମ୍ ଆସି ତଦନ୍ତ କରିବାପରେ ରାଇରଙ୍ଗପୁର ଟାଉନ ପୋଲିସ ଅପମୃତ୍ୟୁ କେଶ ମାମଲା ରୁଜୁ କରି ମୃତକଙ୍କୁ ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।ଶଵ ବ୍ୟବଛେଦ ରିପୋର୍ଟ ଆସିବା ପରେ ସତ୍ୟ ର ପର୍ଦ୍ଦାଫାଶ ହେବ ।