Theft

ଜଗନ୍ନାଥ ମନ୍ଦିର ପରିସରରେ ଥିବା ରାମ ମନ୍ଦିରରୁ ଚୋରୀ

State

ବାରିପଦା: ଦିନକୁ ଦିନ ସହରରେ ଚୋରଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଛି । ପ୍ରବଳ ଗ୍ରୀଷ୍ମତାପ,ଅସହ୍ୟ ତାତି ଯୋଗୁଁ ସାରା ଜଗତ ଛଟପଟ ହେଉଛି ।ସାଧାରଣ ଲୋକେ ଗରମ ପାଇଁ ଝରକା କିଛି କିଛି ଲୋକ କବାଟ ଖୋଲି ଖୋଲି ଶୋଇଛନ୍ତି ।ତାହାରି ସୁଯୋଗ ନେଇ ଚୋର ତାଙ୍କର କଳାକାରନାମା ଦେଖାଉଛନ୍ତି ।ଚୋର ଠାକୁର ବାକୁର ମନ୍ଦିରକୁ ବି ଛାଡ଼ୁ ନାହାନ୍ତି । ସୂଚନାଯୋଗ୍ୟ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପରିସରରେ ଥିବା ରାମ ମନ୍ଦିରର ଗ୍ରୀଲ ତାଲାକୁ କିଛି ଦୁବୃର୍ତ୍ତ କାଟି ନେବା ସହ ମନ୍ଦିରରେ ଥିବା ଇନଭର୍ଟର ଏବଂ ଵେଟେରୀକୁ ଚୋରୀ କରି ନେଇଛନ୍ତି ।ଆଜି ସକାଳେ ମନ୍ଦିର ପୂଜକ ଦେଖି ଥାନାକୁ ଓ ଦେବୋତ୍ତର ବିଭାଗକୁ ଜଣାଇଥିଲେ ।ପରେ ମୁଖ୍ୟ ପୂଜକ ଦେବବ୍ରତ ରଥ ମହାପାତ୍ର ରାଇରଙ୍ଗପୁର ଟାଉନ ଥାନାରେ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି ।ବହୁ ପୂର୍ବରୁ ମଧ୍ୟ ଚୋରମାନେ ମନ୍ଦିରରୁ ଚୋରୀ କରିଥିଲେ । ରାଇରଙ୍ଗପୁର ଥାନାଧିକାରୀ ସୂଚନ୍ଦ୍ର ମହାଳିକ ଘଟଣାକୁ ଗୁରୁତର ସହ ନେଇ ତଦନ୍ତକୁ ଜୋରଦାର କରିଛନ୍ତି ।