Photo For The News Of Bisalkana Road

ବିପଦଶଙ୍କୁଳ ବିଶଲକଣା ପାଶ୍ୱର୍ରାସ୍ତା

State

ଆଗରପଡ଼ା :ଆଗରପଡ଼ା-ବରପଦା ପୂର୍ତ୍ତବିଭାଗ ମୁଖ୍ୟ ରାସ୍ତାର ବିଶଲକଣା ଠାରେ ବାରମ୍ବାର ରାସ୍ତା ଧୋଇଯାଇ ଦବି ଯାଉଥିବାରୁ ବିଭାଗ ପକ୍ଷରୁ ମୁଖ୍ୟ ରାସ୍ତାରୁ ୪/୫ମିଟର ଦୂରରେ କଂକ୍ରିଟ୍ ବନ୍ଧ ନିର୍ମାଣ କରାଯାଉଛି । ମାତ୍ର ଏହି ବନ୍ଧରୁ ମୁଖ୍ୟ ରାସ୍ତା ସ୍ଥାନଟି ୨/୪ଫୁଟ ଗଭୀର ରହିଛି । ଯାହାକି ସାମ୍ମାପଟୁ ଆସୁଥିବା ବାଇକ୍ ଚାଳକଙ୍କୁ ଏହି ଖାଲୁଆ ସ୍ଥାନଟି ଆଦୌ ଦେଖାଯାଉନାହିଁ । ଯଦ୍ୱାରା ଏହି ସ୍ଥାନରେ ଖସିପଡ଼ି ବାଇକ୍ ଦୁର୍ଘଟଣା ଗ୍ରସ୍ତ ହେଉଥିବାର ପରିଲକ୍ଷିତ ହେଉଛି । ଏହି ଖାଲୁଆ ସ୍ଥାନକୁ ପୂରଣ ନକରି ବିଭାଗୀୟ ଅଧିକାରୀମାନେ ତରବରିଆ ଭାବେ ବନ୍ଧ ନିର୍ମାଣ କାର୍ଯ୍ୟ ସାରି ଦେଇଛନ୍ତି । ଏହି ସ୍ଥାନରେ ବାରମ୍ବାର ଦୂର୍ଘଟଣାମାନ ଘଟୁଥିଲେ ସୁଦ୍ଧା ଏହାର ପ୍ରତିକାର ପାଇଁ କେହି ଦୃଷ୍ଟି ନବେଦା ବଡ଼ ଦୁଃଖ ଓ ଅନୁତାପର ବିଷୟ । ଏହା ଛଡ଼ା ଏହି ଆଗରପଡ଼ା-ବରପଦା ଜିଲ୍ଲାର ଅନ୍ୟତମ ପ୍ରମୁଖ ବ୍ୟସ୍ତବହୁଳ ରାସ୍ତା ହୋଇଥିଲେ ସୁଦ୍ଧା ଆବଶ୍ୟକୀୟ ମରାମତି ଅଭାବରୁ ଶୋଚନୀୟ ହୋଇପଡ଼ିଲାଣି । କେଉଁଠି ପିଚୁ ଉଠିଯାଇ ରାସ୍ତା ସାରା ଖାଲଖମାରେ ଭର୍ତ୍ତି ହୋଇଗଲାଣିତ ପୁଣି କେଉଁଠି ରାସ୍ତା ଦୁଇଫାଳ ହୋଇଗଲାଣି । ଆଗକୁ ବର୍ଷାଋତୁ ଆସୁଥିବାରୁ ରାସ୍ତା ଆହୁରି ଶୋଚନୀୟ ହୋଇପଡ଼ିବା ସହ ଦୂର୍ଘଟଣା ମଧ୍ୟ ବଢିବ । ଏହି ରାସ୍ତାରେ ପ୍ରତିଦିନ ଶତାଧିକ ଛୋଟବଡ଼ ଯାନବାହାନ ଚଳାଚଳ କରିଥାଏ । ଏହି ରାସ୍ତା ଜିଲ୍ଲା ମୁଖ୍ୟାଳୟ ଓ ବରପଦାରୁ ବ୍ଲକକୁ ସଂଯୋଗ କରୁଥିବାରୁ ପ୍ରତିଦିନ ଶତାଧିକ ଲୋକ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ଗତ କିଛିମାସ ତଳେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥକ କିଛି ଠିକାଦାରଙ୍କୁ ଏହି ରାସ୍ତା ମରାମତି ପାଇଁ ରିଚ୍ ୱାରୀ ଦିଆଯାଇଥିଲା । ବିନା ବିଭାଗୀୟ ଯନ୍ତ୍ରୀଙ୍କ ଉପସ୍ଥିତିରେ ଅତି ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ଯଥା ପୂର୍ବମ, ତଥା ପରମ୍ ବର୍ତ୍ତମାନ ରାସ୍ତାର ଅବସ୍ଥା । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି ।